ଓଡ଼ିଆ ପକ୍ଷନେଇ ପାରମ୍ପରିକ ଖାଦ୍ୟ ଦିବସ

add-all

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସକୁ ପାରମ୍ପରିକ ଖାଦ୍ୟ ଦିବସ ଭାବେ ପାଳନ କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ ଓ ଉପାଧ୍ୟକ୍ଷା କବିତା ମହନ୍ତ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଓଡ଼ିଆ ଘର ଖାଦ୍ୟ ଯେ କେବଳ ସ୍ୱାଦ ଦୃଷ୍ଟିରୁ ଉନ୍ନତ ତାହା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ଆବଶ୍ୟକ ଥିବା ପ୍ରତ୍ୟେକ ପୋଷକତତ୍ତ୍ୱରେ ଭରପୂର । ବୈଜ୍ଞାନିକ, ଜୈବିକ ତଥା ଆୟୁର୍ବେଦିକ ଉପାଦାନଗୁଡ଼ିକର ଆବଶ୍ୟକତା ଦୃଷ୍ଟିରୁ ଅନେକ ଓଡ଼ିଆ ବ୍ୟଞ୍ଜନ ଅତ୍ୟନ୍ତ ଉପଯୋଗୀ ।

ଆମ ହାଣ୍ଡିଶାଳରୁ ହଜି ଯାଉଥିବା ଏହିସବୁ ବ୍ୟଞ୍ଜନଗୁଡ଼ିକୁ ତଥା ଅନେକ ଓଡ଼ିଆ ଘରର ପିଠା, ପଣା ଆଦିକୁ ଆଜିର ପିଢ଼ି ମଧ୍ୟରେ ପୁନଃ ଆଦୃତ କରାଇବା ଏହି ଦିବସର ମୂଳ ଲକ୍ଷ୍ଯ ବୋଲି ସେ ମତ ପ୍ରକାଶ କରିଛନ୍ତି। ଉପ ଜିଲ୍ଲାପାଳ ଶ୍ରୀ ଭୋଇ କହିଛନ୍ତି ଯେ ଆଜିର ଦିବସରେ ନିଜ ଘରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟକୁ ଖୁଆଇ ଧୁମଧାମରେ ଏହି ଦିବସକୁ ପ୍ରତ୍ୟେକ ଓଡ଼ିଆ ପାଳନ କରିବା ଉଚିତ୍। ଭାରପ୍ରାପ୍ତ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନୁରୂପ ଭାବେ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ପାରମ୍ପରିକ ଖାଦ୍ୟ ଦିବସ ପାଳନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପୁରୋହିତ ବିନାୟକ ଶତପଥି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.