ଦୁର୍ନୀତି ରେ ଉବୁଟୁବୁ ମାଲକାନଗିରି ଜିଲ୍ଲା : ମନରେଗା କାମରେ ଲାଗୁଛି ମେସିନ୍ ଓ ବାହାର ଜିଲ୍ଲାର ଶ୍ରମିକ ନେଇ ଚାଲିଛି ମାଟିଟଣା…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଦୁର୍ନୀତି ରେ ଶ୍ରେଷ୍ଠ କହିଲେ କିଛିବି ଭୁଲ ହେବ ନାହିଁ, ଯେଉଁଠି ହାତ ମାରିବ ସେଠାରେ ପାଇବ ଦୁର୍ନୀତି ର ଗନ୍ଧ l ସୂଚନା ଥାଉକି ପଡିଆ ବ୍ଲକ ଆଦିବାସୀ ଅଧ୍ୟୁଷିତ ନିଲିଗୁଡା ପଞ୍ଚାୟତର ପୁରୁଣା ନିଲିଗୁଡା ଗ୍ରାମ ନିକଟରେ ମନରେଗା ଯୋଜନାରେ ନିର୍ମାଣାଧିନ ଫିଲ୍ଡ ଚ୍ୟାନେଲ କାମ ମେସିନ୍ ଯୋଗେ କରାଯାଉଥିବା ଅଭିଯୋଗ ହେଉଛି। ଫିଲ୍ଡ ଚ୍ୟାନେଲ ନିମନ୍ତେ ଖୋଦେଇ ପରେ ମାଟି ଟଣା କାମ ବାହର ଜିଲ୍ଲାରୁ ଅଣା ଯାଇଥିବା ଶ୍ରମିକଙ୍କ ଦ୍ଵାରା କରା ଯାଇଥିବା ଯୋଗୁଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ନାନା ପ୍ରକାରର ଅଭିଯୋଗ ଆଣିଛନ୍ତି । ସୁଚନା ମୁତାବକ ନିଲିଗୁଡା ପଞ୍ଚାୟତର ପୁରୁଣା ନିଲିଗୁଡା ଗ୍ରାମରେ ମନରେଗା ଯୋଜନାରେ ଗତ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବା ଫିଲ୍ଡ ଚେନାଲ କାମ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ନେଇ କରାଯିବା ନେଇ ଆଲୋଚନା ହୋଇଥିଲା। ତେବେ ଅଚାନକ ଏହି ଫିଲ୍ଡ ଚ୍ୟାନେଲ କାମକୁ ଏକ ମେସିନ୍ ଯୋଗେ କରାଯାଇଥିଲା। ଏଥିସହ ମେସିନ୍ ଯୋଗେ କରାଯାଇଥିବା କାମରେ ମେସିନର ଚିହ୍ନ ଲିଭେଇବା ନିମନ୍ତେ ବାହାର ଜିଲ୍ଲାରୁ କିଛି ଶ୍ରମିକଙ୍କୁ ଅଣାଯାଇ ନିୟୋଜିତ କରାଯାଇଛି। ମନରେଗା କାମରେ ଏଭଳି ପ୍ରକ୍ରିୟାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ପଞ୍ଚାୟତର ଅଧିକାରୀଙ୍କ ବିନା ଅବଗତିରେ ଏଭଳି କାର୍ଯ୍ୟ କିଭଳି ହୋଇପାରୁଛି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ମନରେଗା କାମରେ ମେସିନ୍ ଓ ବାହାର ରାଜ୍ୟର ଶ୍ରମିକ ନିୟୋଜିତ କରାଯିବା ପରେ ପ୍ରକଳ୍ପର ବିଲ କିଭଳି କରାଯିବ ତାହା ପ୍ରଶ୍ନବାଚୀ ହୋଇଛି। ଏ ବାବଦରେ ସ୍ଥାନୀୟ ଗ୍ରାମ୍ୟ ରୋଜଗାର ସେବିକାଙ୍କୁ ପଚରା ଯିବାରୁ ସେ ଏହି ପ୍ରକଳ୍ପ ନିର୍ମାଣରେ ମେସିନ ନିୟୋଜନ ଓ ବାହାର ଜିଲ୍ଲାର ଶ୍ରମିକ ନିୟୋଜନ ବାବଦରେ ଅବଗତ ନଥିବା କହିଛନ୍ତି। ଏହି ପ୍ରକଳ୍ପର କାର୍ଯ୍ୟଧାରାକୁ ନେଇ ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ଆବଶ୍ହକୀୟ ତଦନ୍ତ କଲେ ବିଭାଗୀୟ କର୍ମଚାରିଙ୍କ ଭୂମିକା ସମ୍ମୁଖକୁ ଆସିବ ବୋଲି ଗ୍ରାମର କିଛି ଲୋକ ନିଜ ନାମକୁ ଗୋପନ ରଖି କହିଛନ୍ତି।

ad-week
Leave A Reply

Your email address will not be published.