ପୋଲିସ ପାଟ୍ରୋଲିଂ ବେଳେ ୧୪ ବସ୍ତା ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସିର୍ତ୍ତିଗୁଡା ପଞ୍ଚାୟତର ଜଙ୍ଗୁଙ୍ଗିଆ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା। ତେବେ ପୋଲିସ ଗାଡି ଆସୁଥିବା ଜାଣି ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ ରାସ୍ତା କଡ଼ରେ ଗଞ୍ଜେଇ ଭର୍ତ୍ତି ୧୪ ବସ୍ତା ଜବତ ହୋଇଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ ଉକ୍ତ ରାସ୍ତା ପାର୍ଶ୍ବରେ ଗଞ୍ଜେଇ ଚାଲାଣ କରିବା ପାଇଁ ଚାଲାଣକାରୀ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଆସାମୀ ମାନେ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପୋଲିସ ପେଟ୍ରୋଲିଂ ପାର୍ଟିରେ ଥିବା ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା, ଏଏସଆଇ ଉମାଶଙ୍କର ପେଡେଣ୍ଟି ଓ ସୁରେନ୍ଦ୍ର ରାଜହଂସଙ୍କ ସହିତ ପୋଲିସ କର୍ମଚାରୀ ଙ୍କ ସହ ମାଜିଷ୍ଟେଟ ଭାବେ କ.ନୂଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୩୫୭ କେଜି ଗଞ୍ଜେଇ ଜବତ କରିଥିଲେ।ଏ ସକ୍ରାନ୍ତରେ ଥାନା କେସ ନଂ ୬୭/୨୫ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଆସାମୀ ମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.