ଚିକିଟୀ ଏନ.ଏ.ସି ରେ ରାଷ୍ଟ୍ରୀୟ ପୋଷଣ ପକ୍ଷ ପାଳିତ

add-all

ଚିକିଟୀ : ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ପୋଷଣ ପକ୍ଷ ପାଳିତ ହେଉଥିବା ବେଳେ ବୁଧବାର ଦିନ ଚିକିଟୀ ଏନ. ଏ. ସି ସେକ୍ଟର ପକ୍ଷରୁ ଅଙ୍ଗନବାଡ଼ି ସୁପରଭାଇଜର ସୁଲୋଚନା ପ୍ରଧାନଙ୍କ ସଂଯୋଜନାରେ ୬ ନମ୍ୱର ୱାର୍ଡ ଅଙ୍ଗନବାଡ଼ି କେନ୍ଦ୍ରରେ ରାଷ୍ଟ୍ରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଗୀତାଞ୍ଜଳୀ ପାଣିଗ୍ରାହୀ ଯୋଗ ଦେଇ ସଭାପତିତ୍ବ କରିଥିବା ବେଳେ ୱାର୍ଡ କାଉନସିଲର ଅନିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ପୋଷଣ ଲକ୍ଷ୍ୟ ବୁଝାଇବା ସହ କିଶୋରୀ, ଗର୍ଭବତୀ ମହିଳା ଓ ଶିଶୁ ମାନେ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସେକ୍ଟର ର ସମସ୍ତ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.