ବ୍ରହ୍ମପୁର : ଆସିକା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ (ତିରୋଧାନ ଦିବସ) ପାଳନ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱ ରେ ଆସିକାର ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ , ଯୁବ ବିଜେଡ଼ି ନେତା ନଚିକତା ସ୍ୱାଇଁ ଆସିକା ଏନ ଏ ସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ଦୋରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରବୀନ୍ଦ୍ର ସାମଲ, ବରିଷ୍ଠ ବିଜେଡି ନେତା ଦିଲୀପ ପାଣିଗ୍ରାହୀ,,ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା,ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ,ଜୟନ୍ତୀ ବେହେରା, ମନୋଜ ପରିଡା, ପୂର୍ବତନ ସମିତି ସଭ୍ୟ ସନ୍ତୋଷନାହାକ, କାଉନ ସିଲର ନିଗମ ରାଉତ,ମହିଳା ନଗର ସଭାପତି ରଶ୍ମିତା ସେନାପତି, ପ୍ରମୁଖ ଉପସ୍ଥିତ ଥିଲେ।ଋଷିକୂଲ୍ୟା ଓ ବଡ଼ ନଦୀ ସଙ୍ଗମ ସ୍ଥଳରେ ତିଳ ତର୍ପଣ, ବିଜୁ ମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ବିଜେଡି କାର୍ଯ୍ୟାଳୟ ଠାରେ ଏକ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ମୂର୍ତ୍ତି ଉପରେ ହେଉଥିବା ଅସମାନ୍ନ ଉପରେ ଘୋର ନିନ୍ଦା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ପ୍ରଧାନ, ବିଜେଡି ସଭାପତି ଜିତେନ୍ଦ୍ର ମହାରଣା, ମଧୁସୂଦନ ସ୍ୱାଇଁ, କାହ୍ନୁ ଚରଣ ଦଳାଇ, ସୁକାନ୍ତ ସାହୁ, ଦେବାଶିଷ ପଣ୍ଡା,ରବିନ ପାତ୍ର, କେଶବ ଦାଶ, ସନ୍ତୋଷ ନାହାକ, ପ୍ରଦୀପ କୁମାର ମୁନୀ, ଶଙ୍କର ନାହାକ,ଆଶିଷ ମିଶ୍ର,ବାପୀନା ଜେନା, ଭାଗବନ ନାହାକ,ମନୋଜ ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ଗୌଡ଼ ,ଉଦିତ ପାଢ଼ୀ, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣା,ପ୍ରମୁଖ ସହ ଯୋଗ ଦେଇଥିଲେ।
