ବୋହୂକୁ ଆକ୍ରମଣ ଘଟଣାକୁ ୨୨ ଦିନ ବିତିଲା : ଆକ୍ରମଣକାରୀଙ୍କୁ ଗିରଫ ଦାବୀ

youtube

ଛତ୍ରପୁର: ଖଲ୍ଲିକୋଟ ଥାନା ଅଧିନ ଡିମିରିଆ ଗ୍ରାମରେ ଅଧିକ ଯୈାତୁକ ଦାବୀ ନେଇ ବୋହୂକୁ ଆକ୍ରମଣ ଘଟଣାକୁ ୨୨ ଦିନ ବିତିଯାଇଥିଲେ ବି ଆକ୍ରମଣକରୀଙ୍କୁ ଏଯାବତ ଗିରଫ କରିପାରିନାହିଁ ପୁଲିସ । ଏନେଇ ଉଚ୍ଚିତ ନ୍ୟାୟ ଦାବୀ ନେଇ ମହିଳା ଜଣକ ଗଞ୍ଜାମ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ ଅନୁପସ୍ଥିତିରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇଙ୍କୁ ଭେଟି ଘଟଣା ସଂପର୍କରେ ଆଲୋକପାତ କରିଥିଲେ । ମହିଳାଙ୍କୁ ଉଚ୍ଚିତ ନ୍ୟାୟ ମିଳିବ ବୋଲି ଏସଡିପିଓ କହିଥିଲେ ।

ସୂଚନା ଥାଉକି ୨୬ ମାର୍ଚ୍ଚ ଡିମିରିଆ ଗ୍ରାମର ମୁନା ପାହାନଙ୍କ ସ୍ତ୍ରୀ ମାନସୀ ପାହାନଙ୍କ ଉପରେ ଅଧିକ ଯୌତୁକ ଦାବୀ ନେଇ ଶାଶୁ, ଦେଢଶୁର, ଦିଅର ଆକ୍ରମଣ କରିଥିଲେ । ପ୍ରଥମେ ଖଲ୍ଲିକୋଟ ପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିଲେ । ଏହି ଘଟଣାକୁ ନେଇ ମାନସୀଙ୍କ ଭାଇ ସଞ୍ଜୟ କୁମାର ପରିଡା ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ କାହାରିକୁ ଗିରଫ କରିପାରିନାହିଁ । ବର୍ତମାନ ମାସନୀ ଛୋଟ ଛୁଆକୁ ଧରି ଚିକିଲିରେ ଭାଇଙ୍କ ପାଖରେ ରହୁଥିବା ବେଳେ ଅଭିଯୁକ୍ତମାନେ ମୋତେ ଓ ମୋ ଭାଇକୁ ବିଭିନ୍ନ ଲୋକଙ୍କ ଦ୍ୱାରା ଭୟଭୀତ ସହ ବାରମ୍ବାର ଧମକ ଦେଉଥିବାରୁ ମୋ ଜୀବନ ପ୍ରତି ବିପଦ ରହିଥିବା କହିଥିଲେ । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ମାସନୀ ଦାବୀ କରିଥିଲେ ।

Leave A Reply

Your email address will not be published.