ଛତ୍ରପୁରଠାରେ ବିଜେଡ଼ି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

add-all

ଛତ୍ରପୁର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ଛତ୍ରପୁର ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଗୌରୀ ଶଙ୍କର ମନ୍ଦିର ନିକଟ ଲାଇନବନ୍ଧ ଠାରେ ତିଳତର୍ପଣ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏକାଠି ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ଲୋୟର ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ପୂର୍ବତନ ବିଧାୟକ ଶ୍ରୀ ବେହେରା ଙ୍କ ପୌରହିତ୍ୟ ରେ ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ଓଡିଶା ଗଢିବାରେ ସଂକଳ୍ପ ନେଇଥିଲେ | କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟ୍ୟରେ ଗଞ୍ଜାମ ଏନଏସି ଯୁବ ବିଜେଡ଼ି ସଭାପତି ସୁଧୀର କୁମାର ପାଢ଼ୀ,ପ୍ରଶାନ୍ତ କର, ଶରତ ଖୁଣ୍ଟିଆ, ଏଲ. ଗୋପୀ,ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତଯ୍ୟମି ବେହେରା, ପ୍ରଶାନ୍ତ ପଣ୍ଡା, ଭବାନୀକାନ୍ତ ସାହୁ, କିଶୋର ବେହେରା,ସୁରେଶ ଦାସ, ଏସ. ଚକ୍ରପାଣି ରେଡି, କାଉନସିଲର ସନ୍ତୋଷୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.