ଉମରକୋଟ : ଜୀବନରେ ପରମ ଆନନ୍ଦ ପ୍ରାପ୍ତି କରିବାର ଆଧ୍ୟାତ୍ମିକ ଅନୁସନ୍ଧାନ । “ଗୀତା”ଆଉ “ସମୁଦ୍ର” ଦୁଇଟା ଗଭୀର କିନ୍ତୁ ଏହି ଦୁଇଟିର ଗଭୀର ଭିତରେ ପାର୍ଥକ୍ୟ ଅଛି । “ସମୁଦ୍ରର” ଗଭୀରତାରେ ମନୁଷ୍ୟ ବୁଡ଼ି ଯାଏ କିନ୍ତୁ “ଗୀତାର” ଗଭୀରତାରେ ମନୁଷ୍ୟ ଉଦ୍ଧାର ହୋଇ ଯାଏ । ପାଞ୍ଚଦିନ ବ୍ୟାପି ମହାନ ଭଗବତ ଆଲୋଚନାର ଆୟୋଜନ ରାଇଘର କୋଦଭାଟା ନିବାସୀ ରାମ ଡାକୁୟା (ସ୍ଵର୍ଣକାର )ନନୀତାଳର ଭଗବତ ପ୍ରଵଚକ ଶ୍ରୀ ଗୌରାଙ୍ଗ ମହାରାଜଙ୍କ ଦ୍ୱାରା ନିଜ ଆଲୋୟରେ ଅନୁଷ୍ଠିତ କରି ବିଗତ କାଲି ୨୦/୦୪/୨୦୨୫ ରିକ ରାତି ୧୧ ଟାରେ ସମାପ୍ତ କରିଛନ୍ତି । ସଂସାରରେ କେହି ବି କେବେ ହେଲେ କାହା ସହିତ ଚିରଦିନ ରହି ପାରିବ ନାହିଁ। ମନୁଷ୍ୟ ଆଜି ଯେଉଁମାନଙ୍କ ସହିତ ମିଳି ମିଶି ରହିଛି, ତାକୁ ଦିନେ ନା ଦିନେ ସେମାନଙ୍କ ଠାରୁ ବିଛିନ୍ନ ହୋଇ ଯିବାକୁ ପଡିବ। ଏ କଥା ଚିର ସତ। ଯଦି କେହି ନିଜର ଶରୀର ମଧ୍ୟରେ ରହି ପାରିବ ନାହିଁ, ତେବେ ସ୍ତ୍ରୀ, ପୁତ୍ର, ଧନ ପ୍ରଭୂତିଙ୍କ ସଙ୍ଗରେ କି ପରି ରହି ପାରିବ ? ଜୀବ ଏକାକୀ ଜନ୍ମ ହୁଏ ଏବଂ ଏକାକୀ ମରେ। ନିଜ କୃତକର୍ମର ଓ ପାପ ପୁଣ୍ୟର ଫଳ ମଧ୍ୟ ତାକୁ ଏକାକୀ ଭୋଗିବାକୁ ପଡେ। ଜୀବ ଯେଉଁ ପ୍ରାଣ, ଧନ, ପୁତ୍ର ଆଦିଙ୍କୁ ନିଜର ବୋଲି ଭାବି ଅଧର୍ମମାର୍ଗକୁ ଧରି ପାଳନ ପୋଷଣ ବା ବର୍ଦ୍ଧନ କରନ୍ତି କିନ୍ତୁ ସେହି ମାନେହିଁ ଜୀବକୁ ଅସନ୍ତୁଷ୍ଟ ଅବସ୍ଥାରେ ଛାଡ଼ିଦେଇ ପଳାନ୍ତି। ଯେଉଁ ମାନଙ୍କ ପାଇଁ ସେ ଅଧର୍ମ କରନ୍ତି ସେହି ମାନେ ହିଁ ତାକୁ ଶ୍ଵଶାନରେ ଛାଡ଼ି ଚାଲିଯାଆନ୍ତି ଏବଂ ଶେଷରେ ସେ ପାପବୋଝ ମୁଣ୍ଡାଇ ଘୋର ନରକକୁ ଯାଏ ଏହା ଗୀତା ଜ୍ଞାନରେ ଉଲ୍ଲେଖ ଅଛି। ତେଣୁ ସମସ୍ତଙ୍କ ଜାଣି ରଖିବା ଉଚିତ ଯେ, ଏହି ସଂସାରଟା ହେଉଛି ଚାରି ଦିନର ଖେଳ ଓ ଏହା ଏକ ସ୍ବପ୍ନ ଏବଂ ଯାଦୁବିଦ୍ୟାର ମାୟାଜାଲ ପରି। ଏହା ସମସ୍ତଙ୍କ ଏକ ମନଗଢା ରାଜ୍ୟମାତ୍ର ଏଣୁ ମମତାର ମୋହରେ ପଡି ପକ୍ଷପାତ ଜୀବନ ନ ଜୀଇଁ ସମତ୍ୱରେ ସ୍ଥିତ ହୋଇ ସଂସାର ମୋହରୁ ନିବୃତ୍ତ ରହି ସେହି ପରମ ଦୟାଲ ପରମାତ୍ମାଙ୍କ ଶ୍ରୀ ଚରଣ କମଲରେ ମନ ନିବେଶ କରି ଯେତେ ଦିନ ଏହି ଧରାଧାମରେ ରହିବା ପ୍ରଶାନ୍ତଚିତ୍ତରେ ଜୀବନ ବିତାଇବାକୁ ଉଦ୍ୟମ କରିବା ଉଚିତ କହି ଆଜିର ଭଗବତର ଆଲୋଚ୍ୟ ବିଷୟ ଥିଲା।
