ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଅଧକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମାଲକାନଗିରି ଏସପି ବିନୋଦ ପାଟିଲ, ପିଡିଡିଆରଡିଏ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ ପ୍ରମୁଖଙ୍କ ସହ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉୟପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଲୋକେ ନିଜ ନିଜର ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ। ଅନେକ ବ୍ୟକତିଗତ ସମସ୍ୟା ସହ ବିଭିନ୍ନ ସ୍ଥ୍ନରୁ ସାମୁହିକ ସମସ୍ୟା ଗୁଡିକର ଶୁଣାଣୀ କରଯାଇଥିବା ବେଳେ ମୋଟ ୨୧ ଗୋଟି ଅଭିଯୋଗର ଶୁଣାଣୀ କରଯାଇଥିଲା। ସମସ୍ତ ସମସ୍ୟାର ଗୁଡିକର ତ୍ଵରିତ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବ ବୋଲି କୁହାଯାଇଥିଲା।

ad-week
Leave A Reply

Your email address will not be published.