ସର୍ବନିମ୍ମ ମଜୁରୀ ବୃଦ୍ଧି ଦାବି ନେଇ ଏଆଇଟିୟୁସି ପକ୍ଷରୁ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ମାଲକାନଗିରି : ସର୍ବନିମ୍ମ ମଜୁରୀ ବୃଦ୍ଧି ଦାବି ନେଇ ଏ ଆଇଟିୟୁସି ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରି ସହର ପରୀକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲା ପାଳ ଙ୍କ ଜରିଆରେ ମୁଖ୍ୟସାଶନ ସଚିବ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏଥିରେ ଅଙ୍ଗନୱାଡ଼ି , ଆଶା କର୍ମୀ,ପାଚିକା, ଓ ଅନ୍ୟାନ୍ୟ ୱାର୍କର ଓ ଟ୍ରେଡ଼ ୟୁନିଅନ ୱାରକର ମାନେ ଏହି ପ୍ରଦର୍ଶନ ରେ ସାମିଲ ରହିଥିଲେ। ଟ୍ରେଡ୍ ୟୁନିଅନ ସଦସ୍ୟ ମାନେ ଏକ ବିରାଟ ରାଲି ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସମସ୍ତ ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ କୁ ଶୁନିଶ୍ଚିତ କରାଯାଉ,ଅଙ୍ଗନୱାଡ଼ି,ଆଶା କର୍ମୀ,ପାଚିକା ଓ ଅନ୍ୟାନ୍ୟ ୱରର୍କର୍ ମାନଙ୍କ ମାନ୍ୟତା ପ୍ରଦାନ କରାଯାଉ,ଗ୍ରାମ ପଞ୍ଚାୟତ କର୍ମଚାରୀ ରାତ୍ର ଜଗୁଆଳ, ଝାଡୁଦ୍ୱ।ର,ମାନଙ୍କ ସର୍ବ ନିମ୍ନ ମଜୁରୀ ଅନୁଛେଦ ରେ ଅନ୍ତର୍ଭୁକ୍ତ କରାଯାଉ,ଉଦ୍ୟାନ ସାଥୀ ଙ୍କୁ ପୁନର୍ବାର ଥଇଥାନ କରାଯାଉ ଇତ୍ୟାଦି ଦାବି ଗୁଡ଼ିକ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ମାଲକାନଗିରି ଜିଲ୍ଲା ଏ ଆଇ ଟି ୟୁ ସି ସଭାପତି ମହାନନ୍ଦ ଦୁର୍ଗା, ପାଚିକା ସଂଘ ସଭାପତି ଦୟାମଣୀ ସମରଥ (ଅଙ୍ଗନବାଡି ସଂଘ ର ଭାନି ପୂଜାରୀ ଆଶା କର୍ମୀ ସଂଘ ସଭାପତି ଶ୍ୟାମଳୀ ବିଶ୍ୱାସ, କୁମାର ଜାଳିଆ, ଓଡିଶା ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ପରିଷଦ ମେମ୍ବର, ସମୀର ବିଶ୍ୱାସ, ପାଚିକା ସଂଗଠନ ସମ୍ପାଦକ, କାଲିମେଳା, ଦୟାମଣୀ ଗୋଲରି, ମହିଳା ସମିତି, ସଭାପତି, ମା ମାଉଲି ଶ୍ରମିକ ସଂଘ ସଭାପତି, ମଦନଓଝା ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.