ନୟାଗଡ଼ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସିରେ କାର୍ଯ୍ୟରତ କର ଅସୁଲକାରୀ ଙ୍କ ବଦଳି ପାଇଁ ଆଦେଶ ପତ୍ର ବାହାରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତା୦୩/୦୫/୨୫ରିଖ ପତ୍ର ସଂଖ୍ୟା ୧୦୦୮୫ ଅନୁଯାୟୀ ୧୧ ଜଣ ଆରଆଇ ଏବଂ କର ଓ ପାଉଣା ଅସୁଲକାରୀଙ୍କ ବଦଳି ନିମନ୍ତେ ଆଦେଶ ପ୍ରକାଶ ପାଇଛି । ଓଡ଼ଗାଁ ଏନଏସି ରେ କାର୍ଯ୍ୟରତ କର ଓ ପାଉଣା ଅସୁଲକାରୀ ଦାୟିତ୍ୱରେ ଥିବା ସପ୍ନେଶ୍ୱର ସ୍ୱାଇଁ ଙ୍କୁ ଖୋର୍ଦ୍ଧା ପୌର ପରିଷଦ ( ମ୍ୟୁନିସପାଲିଟି) କୁ ବଦଳି ହୋଇଛି । ମାତ୍ର ଓଡ଼ଗାଁ ରେ କାର୍ଯ୍ୟରତ ରହିବା ଦିନରୁ ପ୍ରତି କାର୍ଯ୍ୟ ଦିବସରେ ଖୋର୍ଦ୍ଧା ରୁ ଓଡ଼ଗାଁ ଯିବା ଆସିବା କରନ୍ତି ।ତେଣୁ ସେ ପ୍ରତ୍ୟେକ କାର୍ଯ୍ୟ ଦିବସରେ ବିଳମ୍ବରେ ଆସି ଶୀଘ୍ର ଫେରିବା ଯୋଗୁଁ ଏନଏସି ର ଦୈନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ।ଏହାକୁ ନେଇ ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଆଶାନୁରୂପ କର ଆଦାୟ ହେଉନଥିବା କଥା ଅନେକ ଥର ଅଭିଯୋଗ ହୋଇଥିଲା । ମାତ୍ର ପ୍ରତିଦିନ ଖୋର୍ଦ୍ଧା ରୁ ଯିବା ଆସିବା କରୁଥିବା କର୍ମଚାରୀ ଖୋର୍ଦ୍ଧା କୁ ବଦଳି ହୋଇଥିବା ବେଳେ ସେ ସେଠାକୁ ଯିବାକୁ ଅନିଚ୍ଛୁକ ପଛରେ କାରଣ କଣ ରହିଛି ତାହା ଅନୁସନ୍ଧାନ ସାପେକ୍ଷ ।
ସୂଚନା ଅନୁଯାୟୀ କେବଳ ସ୍ଵପ୍ନେଶ୍ୱର ନୁହନ୍ତି ଅନ୍ୟ ଜଣେ ମହିଳା କର୍ମଚାରୀ ଅନୁରୂପ ଭାବେ ଖୋର୍ଦ୍ଧାରୁ ପ୍ରତିଦିନ ଆସୁଥିବା ବେଳେ ସେ ମଧ୍ୟ ପ୍ରତିଦିନ ବିଳମ୍ବରେ କାର୍ଯ୍ୟାଳୟକୁ ଆସି ଶୀଘ୍ର ଫେରିଥିବା କଥା ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ତାଙ୍କର ଅବହେଳା ରେ ଲଗାମ ଲାଗି ପାରିନାହିଁ । ଏଭଳି କର୍ମଚାରୀଙ୍କୁ ଏଠାରୁ ତୁରନ୍ତ ବଦଳି କରିବା ପାଇଁ ବଜରଙ୍ଗ ଦଳ ପକ୍ଷରୁ ସନ୍ତୋଷ କୁମାର ପ୍ରଧାନ ଦାବି କରିଛନ୍ତି । ଏନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ କହିଛନ୍ତି ଯେ ଅନ୍ୟ ରିଲିଭର ଆସିବା ପରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ରିଲିଭ କରାଯିବ ।
