ରାୟଗଡ଼ା ଜିଲ୍ଲା କୋଲନରା ମାଁ ମୁତ୍ୟାଲାମ୍ମା ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠ ଓ ନୂତନ ବିଗ୍ରହ ପ୍ରତିଷ୍ଠା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ଗ୍ରାମର ଗ୍ରାମଦେବୀ ମାଁ ମୁତ୍ୟାଲାମ୍ମା ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠ ଓ ନୂତନ ବିଗ୍ରହ ମନ୍ଦିରରେ ପ୍ରବେଶ ଉତ୍ସବର ଆଜି ଦ୍ବିତୀୟ ଦିନ। ପ୍ରାତରୁ ମନ୍ଦିର ସଂସ୍କାର, ପରେ ଶତାଧିକ ଘଟରେ ନଦୀରୁ ଗଙ୍ଗା ଆବାହନ କରି କଳସ ଯାତ୍ର ହୋଇଥିଲା। ।‌ ପରେ ପରେ ସଲା ସଂସ୍କାର, ଗ୍ରାମ ଦେବୀଙ୍କ ଆଜ୍ଞାମାଳ, ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା ଆଦି ନୀତି ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ୭ଜଣ ଆଚାର୍ଯ୍ୟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ନଦୀ ପାଖ ମାଁ ଙ୍କ ପୀଠ ପ୍ରକମ୍ପିତ ହେଉଛି। ଶୋଡ଼ଶ ଉପଚାର ବିଧିରେ ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ଦୋରା କହିଛନ୍ତି। ଶହେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମୁତ୍ୟାଲାମ୍ମା ଏକ ନିମଗଛ ମୂଳେ ଝାଟିମାଟି ଘରେ ପୂଜା ପାଇ ଆସୁଥିଲେ। ପରେ ଏକ ଅସ୍ଥାୟୀ ଭାବେ ଘରଟିଏ ନିର୍ମାଣ କରି ଗ୍ରାମଦେବତୀଙ୍କୁ ସ୍ଥାନାନ୍ତର କରିବା ପରେ ଗତ ଏକ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲି ଆସୁଥିଲା। କାର୍ଯ୍ୟ ସମ୍ପନ୍ନ ପରେ ମନ୍ଦିର ପ୍ରତିଷ୍ଠ ସହ ନୂତନ ବିଗ୍ରହ ପ୍ରତିଷ୍ଠା କାମ ଚାଲିଥିବା ପ୍ରତିଷ୍ଠା ଉତ୍ସବର ଅନ୍ୟଜଣେ ସଦସ୍ୟ ଧବଳେଶ୍ଵର ନାଇଡୁ ପ୍ରକାଶ କରିଛନ୍ତି। ଅନ୍ୟଙ୍କ ମଧ୍ୟରେ ରାମଚନ୍ଦ୍ର ଦୋରା, ଜଗନ୍ନାଥ ପଣ୍ଡା, ନାରାୟଣ ରାଓ, ପ୍ରଶାନ୍ତ ଜେନା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟ ଚାଲିଥିବା ବେଳ ଆସନ୍ତା ୭ତାରିଖରେ ମହାସ୍ନାନ‌ ପିଣ୍ଡ ପ୍ରତିଷ୍ଠା, ଗର୍ଭ ଗୃହକୁ ପ୍ରବେଶ କରିବେ।

nis-ad
Leave A Reply

Your email address will not be published.