ନୟାଗଡ଼ ପୋଲିସ ର ସ୍ଵତନ୍ତ୍ର ଅଭିଯାନ , ୧୧୭ ନିଖୋଜ ବ୍ୟକ୍ତି ଉଦ୍ଧାର

add-all

ନୟାଗଡ଼: ନୟାଗଡ଼ ପୋଲିସ ଗତ ଏପ୍ରିଲ ୧୫ ରୁ ୨୩ ତାରିଖ ମଧ୍ୟରେ ଏକ ସ୍ବତନ୍ତ୍ର ଅଭିଯାନ କରି ସଫଳତା ପାଇଛି ।ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ୧୧୭ ଜଣ ନିଖୋଜ ଙ୍କୁ ଉଦ୍ଧାର କରିଥିବା ଅତିରିକ୍ତ ପୋଲିସ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୫ ଜଣ ନାବାଳକ ଓ ନାବାଳିକା ରହିଛନ୍ତି ।ନୟାଗଡ଼ ଏସପି ଏସ ସୁଶ୍ରୀ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ ର ସ୍ଵତନ୍ତ୍ର ଟିମ୍ ବିଭିନ୍ନ ଥାନପୋଲିସ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସ୍ଥାନରେ ଚଢାଉ କରିଥିଲା । ନିଖୋଜ ହୋଇଥିବା ବିଭିନ୍ନ ବୟସର ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା । ଏକ ସପ୍ତାହ ମଧ୍ୟରେ ୧୧୭ ଜଣଙ୍କୁ ଉଦ୍ଧାର କରିବା ନୟାଗଡ଼ ପୋଲିସ ର ଏକ ବଡ଼ ସଫଳତା ବୋଲି ଆଲୋଚନା ହେଉଛି ।

ad-week
Leave A Reply

Your email address will not be published.