ମୁଁ ବି ଗାଇବି, ମୁଁ ବି ନାଚିବି ! ସ୍ଳୋଗାନରେ ଦୁଲୁକିଲା ଗୁଣୁପୁର

add-all

ରାୟଗଡ଼ା / ଗୁଣପୁର : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ସ୍ଥିତ ଏମ୍ ଆର୍ଟ୍ ଭାରତୀୟ କଳା ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ବାର୍ଷିକ ଉତ୍ସବ ପୂର୍ବରୁ “ମୁଁ ବି ଗାଇବି, ମୁଁ ବି ନାଚିବି !” Talent Competition -2025 Session-2 ମାଧ୍ୟମରେ ଘୁଙ୍ଗୁର ପ୍ରତିଭା ସମ୍ମାନ ପାଇଁ ପ୍ରତିଭା ଅନ୍ଵେଷଣ କାର୍ଯକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ପୂର୍ବରୁ ସ୍ଥାନୀୟ ମ୍ୟୁନିସିପାଲଟି ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ, ସ୍ଥାନୀୟ ଆଦର୍ଶ ଥାନାର ଇନ୍ସପେକ୍ଟର ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ, ସଙ୍ଗୀତକଳା ରେ ନୈପୁଣ୍ୟତା ହାସଲ କରିଥିବା ଆଦର୍ଶ ଶିକ୍ଷକ ଶ୍ରୀ ଏମ୍ .କେଶବ ରାଓ, ଅନୁଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଚୌଧୁରୀ ଓ ଆଦର୍ଶ ଶିକ୍ଷକ ଶ୍ରୀ ସଂଜୀବ କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ଏବଂ ମଞ୍ଚାସିନ ହୋଇଥିଲେ । ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ଏହାପରେ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ଅଞ୍ଚଳରୁ କୁନିକୁନି ପ୍ରତିଯୋଗୀ ମାନେ ନିଜ ନିଜ ପ୍ରତିଭା ପ୍ରତିପାଦନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ନିଖିଲ ପାଢ଼ୀ ସଂଯୋଜନା କରିଥିଲେ । ଏହାପରେ ସନ୍ଧ୍ୟାରେ ପୁଣି ପୁରସ୍କାର ବିତରଣ କାର୍ଯକ୍ରମ ରେ ରାୟଗଡ଼ା ଜିଲ୍ଲାର ଆରକ୍ଷୀ ବିଭାଗର ଏଡିସନାଲ ଏସ୍.ପି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପାତ୍ର ଯୋଗଦେଇ ପିଲାଙ୍କ ଉଦ୍ୟେଶ ରେ କଳା, ସଂସ୍କୃତି ଓ ଆମ ପରମ୍ପରା ଗତ ନୃତ୍ୟ କଳା ସମ୍ପର୍କ ରେ ଉଦବୋଧନ ଦେଇଥିଲେ । ତାଙ୍କ ସହ ଆମ ଅଞ୍ଚଳ ର ସୁନାମ ଧନ୍ୟ ଡାକ୍ତର ଲକ୍ଷ୍ମଣ କୁମାର ପାତ୍ର, ଆମ ଅନୁଷ୍ଠାନ ର ଶ୍ରିନୁ ରାଓ ଭାଇ ଓ ଆମ ଅନୁଷ୍ଠାନ ର ମୁଖ୍ୟ ତଥା ଗୁରୁ ସୁଶ୍ରୀ ସସ୍ମିତା ପଣ୍ଡା ମଞ୍ଚାସିନ ହୋଇଥିଲେ ଓ ପିଲାଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯକ୍ରମରେ ଆମ ଅନୁଷ୍ଠାନ ର ଛାତ୍ରୀ ନବଦୁର୍ଗା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଶିକ୍ଷକ ଶ୍ରୀ ସଂଜୀବ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ । ବଡଗୁଡ଼ା ଗ୍ରାମର କୁନି କୁନି ପିଲା ମାନେ ନିଜଗୁରୁ ମୋହନ ଭାଇଙ୍କ ସହ ଆସି ବାଦ୍ୟଯନ୍ତ୍ର ରେ ସହାୟତା କରିଥିଲେ । ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନ ରେ ଅଧିକରୁ ଅଧିକ କଳାକାର ମାନଙ୍କ ସ୍ବପ୍ନ “ମୁଁ ବି ଗାଇବି, ମୁଁ ବି ନାଚିବି !” କୁ ନିଶ୍ଚିତ ସଫଳ କରିପାରିବ ବୋଲି ବିଭିନ୍ନ ମହଲ ରୁ ଶୁଭେଛା ଓ ଅଭିନନ୍ଦନ ମିଳିଛି।

ad-week
Leave A Reply

Your email address will not be published.