ଜିଲ୍ଲା ଶିକ୍ଷାବିଭାଗରେ ବୀମା କମ୍ପାନୀ ପାଇଁ ପ୍ରଚାର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଶିକ୍ଷକ, କର୍ମଚାରୀ ସ୍ତରରେ ଅନେକ ବର୍ଷ ଧରି ବଦଳି କାର୍ଯ୍ୟକ୍ରମ ହେଉନାହିଁ । ଏହାର ସୁଯୋଗ ନେଇ ଗାଦି ମାଡ଼ି ବସିଥିବା କିଛି ଶିକ୍ଷା କର୍ମଚାରୀ ନିଜ ପଦ ମର୍ଯ୍ୟାଦା କୁ ଖାତିର ନକରି ଦଲାଲି ଆରମ୍ଭ କରିଛନ୍ତି । ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ମାନେ ସରକାରୀ ବଦଳି ନିୟମ ଠାରୁ ବହୁ ଦୂରରେ ବୋଲି ଜଣାପଡିଛି। ଏହି କିରାଣୀ ମାନେ ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି ଯାହାକି ଶିକ୍ଷା ବିଭାଗକୁ କଳଙ୍କିତ କରୁଛି । ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣୀ ଜିତେନ୍ଦ୍ର ମହାନ୍ତି ଓ ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ କିରାଣୀ ସୁବେଶ ଶୁକ୍ଳା ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶିକ୍ଷକ, କର୍ମଚାରୀ, ଅବସର କର୍ମଚାରୀ ମାନଙ୍କ କାଗଜପତ୍ର କାମ କରିବାକୁ ଆଳ ଦେଖାଇ ବୀମା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ଆସିଛି ।ନିଜ ପତ୍ନୀ ତଥା ସମ୍ପର୍କୀୟ ମାନଙ୍କ ନାମରେ ବୀମା କମ୍ପାନୀ ଏଜେଣ୍ଟ କୋଡ ବାହାର କରି ଏହି ଦୁଇ କିରାଣୀ ନିଜ ପଦର ଅପବ୍ୟବହାର କରୁଛନ୍ତି । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଗୁରୁତର ସହିତ ନେବା ସହିତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.