
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ରୁ ଅନ୍ୟ ରାଜ୍ୟ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲ ଙ୍କ ନେତୃତ୍ୱ ରେ ପୋଲିସ ସଦଳବଳେ ଗାଡି ନମ୍ବର – ଓଡ଼ି-୦୨-ଏସ-୧୯୯୯ କୁ -ଅଟକାଇ ୫୬ କିଲୋ ୫୦୦ ଶହ ଗ୍ରାମ ଗଂଜେଇ ସହିତ ଗାଡି କୁ ଜବତ କରିଛି l ଗିରଫ ହାଇପ୍ରୋଫାଇଲ ଗଞ୍ଜେଇ ମାଫିଆ ବାରଖମା ଗ୍ରାମର ଡ଼ି. ବ୍ରୋଶ ଆଲାମ ଓରଫ ରିପୁ ଡିଗାଲ ବୋଲି ଜଣା ପଡିଛି l ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେବ ରିପୁ ଡିଗାଲ ଗଞ୍ଜେଇ ଚୋରା ଚାଲାଣ କଳା କାରନାମା ରେ ଲିପ୍ତ ଥିଲା, କିନ୍ତୁ ପୋଲିସ ଆଖିରେ ଧୁଳିଦେଇ ଖସି ଯାଉଥିଲା l ଏନେଇ ବାଲିଗୁଡା ଥାନାରେ କେଶ ନମ୍ବର ୧୪୦/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l