

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ନୂତନ ସରକାର ଆସିବା ପରଠାରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ଅଞ୍ଚଳ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବାବୁ ମାନେ ନିର୍ବାଚିତ ନେତାଙ୍କ ବୋଲ ମାନୁନଥିବା ଚାରିଆଡେ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଗତ ମେ ୨ ତାରିଖ ଦିନ ଆସିକା ନିକଟସ୍ଥ ଏକ ଫାର୍ମ ହାଉସ ରେ ଆସିକା ଅଞ୍ଚଳ ର ଅଧିକାଂଶ ଦୁର୍ନୀତି ହେଉଥିବା ବିଭାଗ ର ବାବୁ ମାନଙ୍କ ମେଳି ହୋଇଥିବା ଓ ତା ସଙ୍ଗକୁ ଭୋଜି ଭାତର ଆସର ହୋଇଥିବା କଥା ଧୀରେ ଧୀରେ ବାହାରେ ଆଲୋଚନା ହେଉଛି। କୁଆଡ଼େ ବାବୁ ମାନଙ୍କୁ ଲେଖା ଛିଡ଼େଇବାକୁ ଡକାଇ ହୋଇଥିବା ଓ କେଉଁ ବିଭାଗରୁ କେତେ ବଟି ଆସିବ ହିସାବ କିତାବ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରତି ମାସରେ ଲେଖା ଛିଡ଼େଇବା ବଦଳରେ ଏଠାରୁ ଅନ୍ୟତ୍ର ବଦଳୀ ହୋଇ ଯିବାକୁ କିଛି ବାବୁ ମାନେ ଇଚ୍ଛା କରିଥିବା ବି ଆଲୋଚନା ହେଉଛି କାରଣ ବାବୁ ମାନଙ୍କ ହିଟଲରୀ ଶାସନ ବିତୃଷ୍ନା ଆସିଗଲାଣି ବୋଲି ଶୁଣିବାକୁ ମିଳୁଛି । ଆସିକା ରେ ପିସି କାରବାର ସାଙ୍ଗକୁ ବଟି ମାଗିବା ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲେବି ଦଳର ମୁଖିଆ ମୁହଁ ଖୋଲିବାକୁ ସାହସ କରୁ ନାହାନ୍ତି ବୋଲି ବିରୋଧିଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମେ ଦୁଇ ତାରିଖ ଦିନ କେଉଁ କେଉଁ ବିଭାଗ ର ବାବୁ ମାନେ ଗୁପ୍ତ ବୈଠକ ରେ ଯାଇଥିଲେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଗଲେ ବାବୁ ଓ ନେତାଙ୍କ ଅସଲ ମୁଖା ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନା ଥାଉକି ନୂତନ ଡବଲ ଇଞ୍ଜିନ ସରକାର ଔଷଧ ବିକଳ ରେ ତାଟିଆ କାମୁଡ଼ିଛି l ତଳ ଦିନେ ଆସିକା ବିଧାୟକ ଙ୍କ ଜଣେ ବାଲି ଗୁତାଧାରୀ ଙ୍କୁ ବଟି ମାଗିବା ଘଟଣା ର ଓଡ଼ିଓ ଭାଇରଲ ହେବା ପରେ କେବଳ ଜିଲ୍ଲା ନୁହେଁ ସମଗ୍ର ଓଡିଶା ରେ ଚର୍ଚ୍ଚା ର ବିଷୟ ପାଲଟି ଥିଲା ଯାହାକୁ ନେଇ ସରକାର ଲୋକଙ୍କୁ ଜଳକା କରିବାକୁ ଯାଇ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ତାହା କେବଳ ଲୋକ ଦେଖା ପାଇଁ ଉଦିଷ୍ଟ ଥିଲା ବୋଲି ସ୍ପଷ୍ଟ ବାରି ହେଲା କାରଣ ଭିଜିଲାନ୍ସ ତଦନ୍ତ ବର୍ତ୍ତମାନ ନାଲି ଫିତା ତଳେ ଦବି ଗଲାଣି l ବର୍ତ୍ତମାନ ଆସିକା ନିର୍ବାଚନ ମଣ୍ଡଳୀ ଦୁର୍ନୀତି ର ସବୁ ସୀମା ପାର ହୋଗଲାଣି ବୋଲି ଚର୍ଚ୍ଚା ହେଉଛି l ତେଣୁ ରାଜ୍ୟ ପ୍ରଶାସନ ଓ ସରକାର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l