ଅଶାନ୍ତ ହୋଇପଡିଛି ପାତିସୋନପୁର :ଠାକୁରାଣୀ ଯାତ୍ରାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମୁହାଁମୁହିଁ…

youtube

ଆକ୍ରମଣ ଓ ପ୍ରତିଆକ୍ରମଣ ରେ ଏକାଧିକ ଆହତ.. କିଛି ପୋଲିସ କର୍ମଚାରୀ ବି ଆହତ..

ବ୍ରହ୍ମପୁର —- ଗୋଳନ୍ଥରା ଥାନା ଅନ୍ତର୍ଗତ ପାତି ସୋନପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ପଥର ମାଡ଼ ଯାହାଫଳରେ . ଏକାଧିକ ଆହତ ହୋଇଥିବା ବେଳେ ବହୁ ପୋଲିସ କର୍ମଚାରୀ ମଧ୍ୟ ହୋଇଛନ୍ତି ଆହତ ।. ସୂଚନା ଥାଉକି ଗାଁରେ ଯାତ୍ରା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ବିବାଦ। ଯାହାକୁ ନେଇ ଅଶାନ୍ତ ହୋଇ ପଡିଛି ଗାଁ। ଏହାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିବା ବେଳେ ଗତ ୯ ତାରିଖରେ ଏକାଧିକ ମହିଳା ପୁରୁଷ ଗୋଳନ୍ଥରା ଥାନା ଘେରାଉ କରିଥିଲେ। ଫଳରେ ଗାଁ ରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ତେବେ ଗତକାଲି ରାତିରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଢ଼େଲା ପଥର ଓ ପେଟ୍ରୋଲ ବୋମା ମାଡ଼ କରିଥିଲେ। ଆକ୍ରମଣ ରେ ଏକାଧିକ ଆହତ ସମେତ ୬ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ବୋଲି ଖବର ମିଳିଛି l ଏହି ଘଟଣାରେ ପୁଲିସ ତଦନ୍ତ କରିବା ସହିତ ଦୁଇଟି ମାମଲା ରୁଜୁ କରି ୨୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ୧୮ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ଗାଁରେ ୪ ପ୍ଲାଟୁନ ପୁଲିସ ମୁତୟନ କରା ଯାଇଥିବା ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ କହିଛନ୍ତି।ଯଦି ଗ୍ରାମରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.