ମଦ ନିଶା ନେଲା ଦୁଇ ଜୀବନ : ଭିଣେଇର ତିର ମାଡ଼ରେ ଦୁଇ ଶଳା ମୃତ ଜଣେ ଗୁରୁତର…

add-all


ମାଲକାନଗିରି// ଚିତ୍ରକୋଣ୍ଡା :- ୧୨।୦୫ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଗ୍ରାମର ରାଜୁ ଖେମୁଡୂ,କୁଞ୍ଜ ଖେମୁଡୁ,କ୍ରିଷ୍ଣା ଖେମୁଡୁ ଗତକାଲି ନିଜ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ସିଲେରୁ ଯାଇଥିଲେ।ସେଠାରେ ଭିଣେଇ ଓ ଶଳା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା ସେହି ଯୁକ୍ତି ତର୍କକୁ ନେଇ ଭିଣେଇ ଘେନୁ ହନ୍ତାଲ ଉତ୍ୟକ୍ତ ହୋଇ ରାତିରେ ଶୋଇଥିବା ସମୟରେ ତିନି ଶଳାଙ୍କ ଉପରେ ଆକ୍ରମଣ କରିଥିଲା ଯାହାଫଳରେ ଦୁଇ ଶଳା କ୍ରୀଷ୍ଣା ଖେମୁଡୁ ଓ କୁଞ୍ଜ ଖେମୁଡୁ ଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ରାଜୁ ଖେମୁଡୁ ଗୁରୁତର ଆହତ ହୋଇ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ଖବର ପ୍ରଚାରିତ ହେବା ପରେ କୁପାଗୁଡା ଗ୍ରାମରେ ସୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.