ଗଞ୍ଜାମ ଓକିଲ ସଙ୍ଘର ବରିଷ୍ଠ ଆଇନଜୀବୀ କୃଷ୍ଣ ପ୍ରସାଦ ସାହୁଙ୍କ ପରଲୋକ

youtube

ବ୍ରହ୍ମପୁର : ଆଜି ଗଞ୍ଜାମ ଓକିଲ ସଙ୍ଘ ର ବରିଷ୍ଠ ଆଇନଜୀବୀ ବ୍ରହ୍ମପୁର ଅନ୍ନପୂର୍ଣ୍ଣା ବଜାର ନିବାସୀ କୃଷ୍ଣ ପ୍ରସାଦ ସାହୁ ସକାଳ ୮. ୩୦ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ୭୫ ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଅଛି l ସେ କର୍କଟ ରୋଗ ରେ କିଛିଦିନ ହେଲା ପୀଡିତ ଥିଲେ l ତାଙ୍କର ପଚାଶ ବର୍ଷ ଓକିଲାତି ରେ ସେ ଦେୱାନୀ ମୋକଦ୍ଦମା ପରିଚାଳନା କରୁଥିଲେ l ତାଙ୍କର ଦେହାନ୍ତ ଖବର ଶୁଣି ଗଞ୍ଜାମ ଓକିଲ ସଙ୍ଘ ର ସଭାପତି ମନୋଜ ପଟ୍ଟନାୟକ ଙ୍କ ଅଧକ୍ଷତା ଅସ୍ଥାୟୀ ସମ୍ମିଳନୀ କକ୍ଷ ରେ ରେ ଦୁଇ ମିନଟ ନୀରବ ପ୍ରାର୍ଥନା ସହ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି l l ଏଥିରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପାଣିଗ୍ରାହୀ, ପି. ନରସିଂହ ପାତ୍ର, ନୟନ ଚନ୍ଦ୍ର ମହାପାତ୍ର, ରାମ ପ୍ରସାଦ ପଣ୍ଡା, ଡି. ଶଙ୍କର ଆଚାରୀ ଓ ପ୍ରଦୀପ ପଣ୍ଡା ପ୍ରମୁଖ ସ୍ମୃତି ଚାରଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଟି. ଭେଙ୍କେଟ ରାଓ, ଉପସଭାପତି ତୀର୍ମୁଲା ରେଡି, ସହସମ୍ପାଦକ ଅସିତ ସାବତ ସହ ଅନ୍ୟାନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ l ତାଙ୍କ ମର ଶରୀର କୁ ପୁରୀ ସ୍ୱର୍ଗ ଦ୍ୱାର ରେ ଦାହ କରାଯାଇଅଛି l

Leave A Reply

Your email address will not be published.