
ମାଲକାନଗିରି : ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ/ ଶିକ୍ଷୟତ୍ରିଙ୍କ ଦ୍ବାରା ମନୋନୀତ କ୍ରିୟାଅନୁଷ୍ଠାନ କମିଟି ପ୍ରତିନିଧି ଶିକ୍ଷକ ବୃନ୍ଦ ଗତ ତା୧୨/୦୫ ରିଖ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତାଙ୍କର ନିକଟସ୍ତ ବାସଭବନ ଉମର କୋଟ ନିକଟସ୍ଥ ଚିତ୍ରୋକୋଟ ଠାରେ ଦାବିପାତ୍ର ପ୍ରଦାନ କରିଛନ୍ତି । ମନୋନୀତ କ୍ରିୟାଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମଅବକାଶ ସମୟରେ ଚାଲୁଥିବା ବିଦ୍ୟାଳୟ ହସ୍ଟେଲ ମେସର ଦାୟିତ୍ଵ ମୁକ୍ତ ଓ କ୍ୟାଡର ରୁଲ ରେ ପରିବର୍ତନ କରିବାକୁ ଦାବୀ ଜଣାଇଛନ୍ତି । କାର୍ଯ୍ୟ ଡ଼ଟ ଶିକ୍ଷକ ଓ ଶିକ୍ଷୟତ୍ରି ଙ୍କୁ କେବଳ ଶିକ୍ଷାଦାନରେ ନିୟୋଜିତ ରହିଲେ ଶିକ୍ଷାର ଗୁଣାତ୍ମକ ବଢିବା ସହିତ ବିଦ୍ୟାଳୟରେ ପାସ ହାର ବୃଦ୍ଧି ପାଇବ । ଏହା ସହ ବିଦ୍ୟାଳୟର ବିଭିନ୍ନ ଆନୁଷଙ୍ଗିକ ଓ ପାରିପାର୍ଶ୍ଵିକ ବ୍ୟବସ୍ଥାରେ ପରିବର୍ତନ କରିବା କୁ ନିବେଦନ କରିଛନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରି ଙ୍କ ଦାବୀକୁ ସରକାର ଗୁରୁତର ସହ ବିଚାର କରିବା ସହ ଦାବୀଗୁଡିକ ବାବଦରେ ଏକ ମାସ ମଧ୍ୟରେ ପୂରଣ କରିବାକୁ ନିବେଦନ କରିଛନ୍ତି ।
ଦାବୀ ପୂରଣ ନହେଲେ ଶିକ୍ଷକ ଓ ଶିକ୍ଷୟତ୍ରି ମାନେ କଳା ବ୍ୟାଚ ପିନ୍ଧି ବିରୋଧ ପଦର୍ଶନ କରିବା ସହ ବିଦ୍ୟାଳୟ ଖୋଲିଲେ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ବସିବାକୁ ନିସ୍ପତି ନେଇଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ଗୋବିନ୍ଦପାଲ୍ଲୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର, ସତିଗୁଡା ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଲାଲ ବାହଦୂର ମଲ୍ଲିକ ସମେତ ଶ୍ରୀ ଅଶୋକ କୁମାର ସ୍ଵର୍ଣକାର, ରମାକାନ୍ତ ବେହେରା, ବୁଦ୍ରା କବାସୀ, ବସନ୍ତ କୁମାର ମହାପାତ୍ର, ରମାକାନ୍ତ ମହାରଣା, ଆନନ୍ଦ ମଣ୍ଡଲ,ଲକ୍ଷ୍ମୀ ନାରାୟଣ ରଥ, ଶ୍ରୀ ଜଗା ରାଓ ସମେତ ଅନେକ ଶିକ୍ଷକ ଉପସ୍ଥିତ ରହିଥିଲେ । ମାନ୍ୟବର ମନ୍ତ୍ରୀ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କର ସମସ୍ୟା ଗୁଡିକୁ ଦୀର୍ଘ ସମୟ ଧରି ବୁଝିବା ସହ ଏହି ସମସ୍ୟାଗୁଡିକର ସମାଧାନ ନିମନ୍ତେ ଉଚ୍ଚସ୍ତରରେ ଆଲୋଚନା କରିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।