ଯୁବ ମେକାନିକଙ୍କ ଅକାଳ ବିୟୋଗ

youtube

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ଯୁବ ଗାଡି ମେକାନିକ ପ୍ରତାପ ଚନ୍ଦ୍ର ପ୍ରଧାନ (ପିଣ୍ଟୁ)ଙ୍କ ୪୨ ବର୍ଷ ବୟସରେ ମଙ୍ଗଳବାର ରାତ୍ର ଅକାଳ ବିୟୋଗ ହୋଇଛି। ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିଲେ । ମଙ୍ଗଳବାର ପିଣ୍ଟୁ ଅସୁସ୍ଥ ଅନୁଭବ କରିବାରୁ ଭାଇ ପ୍ରଶାନ୍ତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ‌। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶ୍ରୀ ପ୍ରଧାନ ପୂର୍ବତନ ବିଜେଡି କାଉନସିଲରଙ୍କ ବଡ ଭାଇ ଜଣେ ମିଷ୍ଟଭାଷି, ମେଳାପି ବ୍ୟକ୍ତି ଥିଲେ । ସ୍ଥାନୀୟ ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳ ଶ୍ମଶାନରେ ଅନ୍ତେଷ୍ଟିକ୍ରୀୟା ସମ୍ପାଦନା ହୋଇଛି।

Leave A Reply

Your email address will not be published.