ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲରେ ରୋଗୀଙ୍କୁ ମିଳୁନି ସୁଷମ ଖାଦ୍ୟ ।

youtube

ଏଜେନ୍ସି ଦ୍ୱାରା ଯୋଗା ହେଉଥିବା ଖାଦ୍ଯ ପେକେଟ୍ ରେ ନାହିଁ ପ୍ରସ୍ତୁତି ଓ ଅବଧି ଶେଷ ତାରିଖ, Mkcg ଖାଦ୍ୟର ମାନ କୁ ନେଇ ଉଠିଲା ପ୍ରଶ୍ନ?

ବ୍ରହ୍ମପୁର : ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଉପରେ ପ୍ରତ୍ୟହ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ନିର୍ଭର କରନ୍ତି। ଚିକିତ୍ସାଧିନ ରୋଗୀକୁ ଉତ୍ତମ ଖାଦ୍ୟ ଯୋଗାଇ ଦେବା ଲାଗି ସରକାର ନିତି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏକ ଘରୋଇ ସଂସ୍ଥାନ ଜରିଆରେ ରୋଗିଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ରୋଗୀଙ୍କୁ ଯୋଗାଯାଉଥିବା ଖାଦ୍ୟ ଯେ କେତେ ସୁଷମ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ?

ଭଲକରି ଦେଖନ୍ତୁ ଏହି ରୁଟି ପକେଟ୍ କୁ । ଏମ୍ କେ ସି ଜି ମେଡିକାଲ ରେ ଚିକିତ୍ସାଧିନ ଥିବା ରୋଗୀଙ୍କୁ ଯୋଗାଇ ଦେବା ଲାଗି ଆସିଥିବା ଏହି ବ୍ରେଡ଼ ପକେଟରେ ନା ଅଛି ପ୍ରସ୍ତୁତ ତାରିଖ ନା ଅଛି ଏକ୍ସ ପାଏର ଡେଟ୍। ପକେଟରେ ଥିବା ରୁଟିରୁ ଆସୁଛି ଅଜବ ବାସ୍ନା । ରୋଗୀଙ୍କୁ ଦିଆଯାଉଥିବା ଏହି ଖାଦ୍ୟ ତେ ଯେ ଉତ୍ତମ ଏହି ପକେଟ୍ ରୁ ସ୍ପଷ୍ଟ ଅନୁମେୟ କରି ହେଉଛି । ଖାଲି ରୁଟି ପକେଟ ନୁହେଁ ରୋଗୀଙ୍କୁ ଦିଆ ଯାଉଥିବା କ୍ଷୀର ପକେଟ ରେ ମଧ୍ୟ ସମାନ ଅବସ୍ଥା । ଓମଫେଡ କମ୍ପାନୀରୁ ଆସୁଥିବା କ୍ଷୀର ପକେଟରେ ମଧ୍ୟ ନାହିଁ ପ୍ରସ୍ତୁତ ତାରିଖ। ନିୟମ ମୁତାବକ କ୍ଷୀର ପକେଟକୁ ଆଇସ୍ ବକ୍ସ ଜରିଆରେ ଯୋଗାଣ କରିବା କଥା ହେଲେ ଏଠି ଯେମିତି ସବୁକିଛି ବ୍ୟତିକ୍ରମ ଘଟୁଥିବା ଦେଖିବାକୁ ମିଳିଛି । ଅସ୍ବାସ୍ଥ୍ୟ କର ପରିବେଶ ଭିତରେ ଡାଲା ଅଟୋରେ ବୁହା ହେଉଛି ରୋଗୀଙ୍କ ସୁଷମ ଖାଦ୍ୟ । ଯାହାକି ଖାଦ୍ୟର ମାନ ଉପରକୁ ଅଙ୍ଗୁଳି ଉଠାଉଛି। ବ୍ରହ୍ମପୁରର ବଡ଼ ମେଡିକାଲକୁ ଉଚ୍ଚତର ଚିକିତ୍ସା ପାଇଁ ନିତି ହଜାର ହଜାର ରୋଗି ନିର୍ଭର କରନ୍ତି । ରୋଗୀଙ୍କୁ ଖାଦ୍ୟ ଯୋଗାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି. ବ୍ୟବସ୍ଥା ଅନୁଯାୟୀ ଜଣ ଜଣ ରୋଗୀଙ୍କୁ କ୍ଷୀର, ପାଉଁରୁଟି, ଅଣ୍ଡା, କଦଳୀ, ବିସ୍କୁଟ ଯୋଗାଣ ହେଉଛି. ହେଲେ ସରକାର ନିୟମ ଯେଭଳି ପୁରା ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେବେ ଏଭଳି ଅସ୍ୱାସ୍ଥ୍ୟ କର ଖାଦ୍ୟ ଯୋଗାଣ କରୁ ଥିବା ସଂସ୍ଥାନ କୁ କଳା ତାଲିକା ଭୁକ୍ତ କରିବା ଲାଗି ସାଧାରଣ ରେ ଦାବି ହୋଇଛି।
ମେଡ଼ିକାଲ ରୁ ମିଳିଥିବା ସୁଚନା ମୁତାବକ ଗତ ୬ ମାସ ତଳେ” ନିଶ୍ଚିନ୍ତ” ନାମକ ଏକ ଘରୋଇ ସଂସ୍ଥାନ କୁ ଟେଣ୍ଡର ମାଧ୍ୟମରେ ଖାଦ୍ୟ ଯୋଗାଣ କରିବା ଲାଗି ଅନୁମତି ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ପ୍ରତି ରୋଗୀପିଛା ଦର ଧାର୍ଯ୍ୟ ସହ ଖାଦ୍ୟର ମାନ ଯାଞ୍ଚ ଲାଗି ଜଣେ ଅଧିକାରୀକୁ ମଧ୍ୟ ଦାୟିତ୍ୱ ଦିଆ ଯାଇଛି। ହେଲେ ମେଡିକାଲ କର୍ତ୍ତୃପକ୍ଷଙ୍କ ଆଖିରେ ଧୁଳି ଦେଇ ଯୋଗାଣ କାରି ସଂସ୍ଥାନ ଏଭଳି ନିମ୍ନମାନର ଖାଦ୍ୟବଣ୍ଟନ କରି ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଖାଦ୍ୟର ମାନ ଯାଞ୍ଚ କରିବା ପୁର୍ବ ରୁ ହିଁ ଉକ୍ତ ସଂସ୍ଥାନ କୁ ମେଡିକାଲ ସୁପରିଟେଣ୍ଡେଣ୍ଟ କ୍ଲିନ୍ ଚିଟ୍ ଦେଇଥିବା ବେଳେ ଫୁଡ କ୍ଵାଲିଟି ଅଫିସର କିନ୍ତୁ ଅଭିଯୋଗର ଉପରେ ତଦନ୍ତ ହେବ କହିଛନ୍ତି। ଖାଦ୍ୟ ପକେଟ ଉପରେ ତିଆରି ତାରିଖ ନଥିବା ଅତି ସାଂଘାତିକ ଭୁଲ ବୋଲି ଫୁଡ କ୍ଵାଲିଟି ଅଫିସର ସ୍ବୀକାର କରିବା ସହ ସୁପରିଟେଣ୍ଡେଣ୍ଟଙ୍କ ମଧ୍ୟଦୃଷ୍ଟି ଆକର୍ଷଣ କରିବା ପରେ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ହେବ କହିଛନ୍ତି। ତେବେ ନିୟମିତ ଖାଦ୍ୟର ମାନ ଯାଞ୍ଚ ନ କରି ଏଭଳି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ ବୋଲି ଅଭିଯୋଗ ହୋଇଛି।

Leave A Reply

Your email address will not be published.