ପୂର୍ବ ଶତୃତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ : କାତି, ଠେଙ୍ଗା ଓ କୋଡିରେ ଆକ୍ରମଣ, ୫ ଆହତ : ଥାନାରେ ୨ ପୃଥକ ମାମଲା ରୁଜୁ

youtube

ହିଞ୍ଜିଳିକାଟୁ : ପୂର୍ବ ଶତୃତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ କାତି, ଠେଙ୍ଗା ଓ କୋଡିରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଘଟଣା ରବିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଦେଖିବାକୁ ମିଳିଛି । ଆକ୍ରମଣରେ ଆହତ ମାନେ ହେଲେ ଗୀତା ସେଠି(୫୦), ତାଙ୍କ ଝିଅ ସୁଚିତ୍ରା ସେଠି ଓ ଭାଇ ସୁଦର୍ଶନ ସେଠି ଓ ଅପର ପରିବାରର ଅର୍ଶୁଲ ନାୟକ ଓ ତାଙ୍କ ସ୍ତ୍ରୀ ମୋହିନି ନାୟକ । ସୁଦର୍ଶନଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ନେଇ ଉଭୟ ପରିବାର ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ହିଞ୍ଜିଳି ଥାନାରେ ୨ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ତହଁର ଗ୍ରାମର ଗିତା ସେଠି ଓ ମୋହିନି ନାୟକଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା । ମୋହିନିଙ୍କ ସ୍ୱାମୀ ଅର୍ସୁଲ ଗତ କିଛି ଦିନ ଧରି ଗିତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଆସୁଥିଲେ । ରବିବାର ଗିତା ଘର ବାରଣ୍ଡାରେ ବସିଥିବା ବେଳେ ଅର୍ସୁଲ ଗିତାଙ୍କ ଘର ସମ୍ମୁଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଗିତା ଏହାର ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ମିଶି ଗିତାଙ୍କୁ ମାଡ ମାରିଥିଲେ । ଗିତାଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ସୁଚିତ୍ରା ସେଠି ଓ ଭାଇ ସୁଦର୍ଶନ ସେଠି ଆସି ପ୍ରତିବାଦ କରିଥିଲେ । ଅର୍ସୁଲ ସୁଚିତ୍ରାଙ୍କୁ ଟଣାଓଟରା କରିବା ସହ ପିନ୍ଧିଥିବା ଜାମାକୁ ଚିରି ଦେଇଥିଲେ । ପରେ ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଘରୁ ଏକ କାତି ଓ ଠେଙ୍ଗା ଆଣି ମା, ଝିଅ ଓ ଭାଇଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୁଦର୍ଶନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ନେଇ ଗିତା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିିରେ ହିଞ୍ଜିଳି ଥାନାରେ କେସ ନଂ- ୪୦୮/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ମେଡିକାଲକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛି । ଅନ୍ୟପକ୍ଷରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗିତା, ସୁଚିତ୍ରା ଓ ସୁଦର୍ଶନ ମିଶି ମୋହିନି ଓ ଅର୍ସୁଲଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ମୋହିନି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣରେ ଉଭୟ ସ୍ୱାମୀ- ସ୍ତ୍ରୀ ଦୁହେଁ ଆହତ ହୋଇଥିବା ଅଭିଯୋପ୍ତ୍ରରେ ଦର୍ଶାଇଛନ୍ତି । ମୋହିନିଙ୍କ ଅଭିଯୋଗ କ୍ରମରେ ହିଞ୍ଜିଳି ଥାନାରେ କେସ ନଂ- ୪୦୯/୨୫ରେ ଆଉ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.