ଆସିକା ସାଂସଦଙ୍କ ହିଞ୍ଜିଳି ଗସ୍ତ ଥାନା ପରିଦର୍ଶନ ସହ ମନ୍ଦିର ବାର୍ଷିକତ୍ସୋଵରେ ଯୋଗଦେଲେ

add-all

ହିଞ୍ଜିଳିକାଟୁ : ଆସିକା ଲୋକସଭା ସାଂସଦ ଅନିତା ଶୁଭ ଦର୍ଶିନୀ ରବିବାର ହିଞ୍ଜିଳି ଗସ୍ତରେ ଆସିଥିଲେ। ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ପରିଦର୍ଶନ କରିଥିଲେ। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମସ୍ତ କର୍ମଚାରୀ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ସାଂସଦ ହିଞ୍ଜିଳି ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅସାମାଜିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା, ଥାନାରେ ଆବଶ୍ୟକ କର୍ମଚାରୀ ସଂଖ୍ୟା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ସମୀକ୍ଷା କରିଥିଲେ। ଦୋଷୀକୁ ଦଣ୍ଡ କିନ୍ତୁ ନିର୍ଦ୍ଦୋଷକୁ ନ୍ୟାୟ ପ୍ରଦାନ ଦେବାରେ ସହଯୋଗ କରିବା ପାଇଁ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଥାନା ପରିଦର୍ଶନ ପରେ ହିଞ୍ଜିଳିକାଟୁ ବ୍ଳକ ମୋହନାପଲ୍ଲୀ ଗ୍ରାମରେ ଅନୁଷ୍ଠିତ ରାଧାକୃଷ୍ଣ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ । ହିଞ୍ଜିଳି ଥାନା ପରିଦର୍ଶନ ସମୟରେ ଥାନା ଏସଆଇ ସୁନିଲ କଣ୍ଡାଗୋରି, ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ, ଏଏସଆଇ ସୁବାଷ ମିଶ୍ର, ବୈକୁଣ୍ଠନାଥ ଜେନା, ଜ୍ୟୋତ୍ସ୍ନା ସାହୁଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସାଂସଦଙ୍କ ଗସ୍ତ ସମୟରେ ବିଜେପିର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.