
ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ… ଖଣି ବିଭାଗ ଚଢ଼ାଉ କରିବ କେବେ…??

ପ୍ରଶାସନ ବଟି ନେଇ ସାଜିଛି ଧୃତରାଷ୍ଟ୍ର..
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଥିବା ପାହାଡ଼କୁ ମାଫିଆ ମାନେ ଲଣ୍ଡା କରି ଚାଲିଛନ୍ତି। ଏହି ସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ ହେଉଛି।ଗଞ୍ଜାମ ଜିଲ୍ଲାର ଅଧିକାଂଶ ପାହାଡ଼ ଅଞ୍ଚଳ ରେ ଜାତୀୟ ପକ୍ଷୀ ମୟୁର ସାଙ୍ଗକୁ ବିଭିନ୍ନ ପ୍ରକାର ବିରଳ ପକ୍ଷୀ କେଉଁ ଆଦିମ କାଳରୁ ରହିଆସୁଛନ୍ତି। ଗଞ୍ଜାମ ଜିଲ୍ଲାର କେବଳ ୧୦ ପ୍ରତିଶତ ପାହାଡ଼କୁ ଲିଜରେ ଦିଆଯାଇଛି ଯାହା ସରକାରୀ କାଗଜ କଲମରୁ ଜାଣି ହୁଏ। ୯୦ ପ୍ରତିଶତ ପାହାଡ଼ ନେତା,ବାବୁ ଓ ମାଫିଆ ମାନେ ହାତକୁ ହାତ ମିଶାଇ ଲୁଟ ହେଉଥିବା ନେଇ ରୀତିମତ ଅଭିଯୋଗ ହେଉଛି। ସୂଚନା ଥାଉକି କନିସୀ, କୁକୁଡାଖଣ୍ଡି, ଦିଗପହଣ୍ଡି ତହସିଲ ଅଞ୍ଚଳ ରେ ବ୍ୟାପକ ଖଣି ମାଫିଆ ସକ୍ରିୟ ଥିବା ଅଭିଯୋଗ ହେଉଛି l ପଥର ମାଫିଆ ମାନେ ରାଜସ୍ୱ ବିଭାଗ କୁ ସ୍ୱଳ୍ପ ଟଙ୍କାର ରାଜସ୍ୱ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ ଲରୁଛନ୍ତି। ସରକାରୀ ନିୟମ କୁ ଫୁ କରି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ବଡ଼ ବଡ଼ ଗର୍ତ୍ତ କରି ସେଥିରେ ବାରୂଦ ଓ ଜିଲୋଟିନ ବ୍ୟବହାର କରି ଫୁଟା ଯାଉଛି। ପୋଲିସ ପ୍ରଶାସନ ଏବଂ ତହସିଲଦାର ଙ୍କୁ ହାତ ବାରିସୀ କରି ମାଫିଆ ମାନେ ପାହାଡ଼ ସଫା କରିବାରେ ଲାଗି ପଡିଛନ୍ତି l ପାହାଡ଼ ଫୁଟେଇବା ନିକଟରେ ଥିବା ଚାଷ ଜମିରେ ଉର୍ବରତା ନଷ୍ଟ ହେବା ସହ ଗ୍ରାମରେ ଥିବା ଗୃହ ଗୁଡ଼ିକରେ ଫାଟ ସୃଷ୍ଟି ହେଉଛି। ପାହାଡ଼ ଫୁଟେଇବା ସମୟରେ ପଶୁ ପକ୍ଷୀ ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାରେ ଖଣି ମନ୍ତ୍ରୀ ଥାଇବି ବିଭିନ୍ନ ପ୍ରକାର ଲଘୁ ଖଣିଜ ଦ୍ରବ୍ୟ ବେଧଡ଼କ ଲୁଟ ହେଉଥିବା ଅଭିଯୋଗ ହେଉଛି। ନେତା ଠାରୁ ମନ୍ତ୍ରୀ ଓ ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରଯାଉଥିବା ଯୋଗୁଁ ଏହି ବେଆଇନ କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। କୁକୁଡାଖଣ୍ଡି ତହସିଲ ଏବଂ କନିସି ତହସିଲ ଅଞ୍ଚଳ ରେ ଅନେକ ବେନାମୀ କ୍ରସର ରହିଛି ଏଠାରେ ପଥର ମାଫିଆ ଏବଂ ତହସିଲଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଲୁଟ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଡିନାମାଇଟ ବିସ୍ପରଣ ଫଳରେ ଥିବା ନିକଟରେ ଥିବା ଗରିବ ଲୋକଙ୍କ ଘର ଫାଟି ବା ସହିତ ନିକଟରେ ଥିବା ଚାଷ ଜମି ବି କ୍ଷତି ହେଉଛି ମାଟିରେ ଥିବା ଉର୍ବରତା ନଷ୍ଟ ହେଉଛି ବୋଲି ଚାଷୀ ଅଭିଯୋଗ କରୁଛି କିନ୍ତୁ ତାକୁ ନ୍ୟାୟ ମିଳିବା ପରିବର୍ତ୍ତେ ନାଲି ଆଖିର ଶିକାର ହେଉଛି ଏପରିକି ମାରି ଦେବାର ଧମକ ବି ଦେଉଛନ୍ତି ମାଫିଆ l କିଛି ବାହାର କମ୍ପାନୀ ମଧ୍ୟ କାମର ଆଳ ଦେଖାଇ ଗୋଟିଏ ଗୋଟିଏ କ୍ରସର ଖୋଲି ରାଜସ୍ବ ଠକୁଥିବା ବି ଅଭିଯୋଗ ହେଉଛି, ସ୍ଥାନୀୟ ପ୍ରଶାସନ ମୋଟା ଅଙ୍କର ବଟି ନେଇ ଏମାନଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ ହେଉଛି l ଖଣି ବିଭାଗ ଓ ତସିଲଦାର ଙ୍କ ମିଲିଭଗତ ରେ ଚାଲିଛି ଦୁର୍ନୀତି ବୋଲି ସାଧାରଣ ରେ ଅଭିଯୋଗ ଆସୁଛି ଏଠାରେ ସୂଚନା ଥାଉ ଦୀପ ତଳ ଅନ୍ଧାର ପରି ଖୋଦ ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଦୁର୍ନୀତି ଶୁଣିବାକୁ ମିଳୁଛି ଖଣି, ବାଲି ମାଫିଆ ମାନେ ମନ୍ତ୍ରୀ ଙ୍କ ଗେଲ୍ହା ପୁଅ l ତେଣୁ ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l