
ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ରେ ପରିବର୍ତ୍ତନ ର ସ୍ୱର ସୁନାମୀ ଭଳି ଚାଲିଥିଲା। ଆସିକା ସାଂସଦ ଓ ବିଧାୟକ ପଦଵୀ ବିଜେପି ହାତକୁ ପ୍ରଥମ ଥର ଯାଇଥିଲା। ଆସନ୍ତା ମାସରେ ରାଜ୍ୟରେ ବିଜେପି ସରକାର ହେବାର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ନିର୍ବାଚନ ପରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କେବଳ ବଦନାମର ନାଁ ନେଇ ରାଜ୍ୟରେ ପ୍ରଥମ ସ୍ଥାନ ଭାବେ ଚର୍ଚ୍ଚାରେ ରହିଆସିଛି।ପୂର୍ବ ସରକାର ର ଯେଉଁ ଉନ୍ନୟନ କାର୍ଯ୍ୟ ଚାଲିଥିଲା ତାହା ବର୍ତ୍ତମାନ ଠପ ହୋଇ ରହିଛି। ନୂତନ ସରକାର ଆସିବା ପରେ ଆସିକା ଅଞ୍ଚଳ ରେ କୌଣସି ଆଖି ଦୃଶିୟା କାର୍ଯ୍ୟ ବା ପ୍ରକଳ୍ପ ହୋଇନାହିଁ। ଆସିକା ସାଂସଦ ଙ୍କ ଆସିକା ଅଞ୍ଚଳ ରେ ଦେଖାନାହିଁ। ମାନ୍ୟବର ବିଧାୟକ ମହାଶୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କେତେବେଳେ ବାଲି ମାଫିଆ ମାନଙ୍କୁ ବଟି ମାଗିବାର ଅଡ଼ିଅ ଭାଇରଲ ତ କେତେ ବେଳେ ହମବଡା ନିତି ଦେଖାଇ। ଶେଷରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ରୋଷର ଶିକାର ହୋଇଥିବା ଭିଡ଼ିଓ ମଧ୍ୟ ଭାଇରଲ ହୋଇଥିଲା। ଆସିକା ଅଞ୍ଚଳ ରେ ସାଂସଦ ଓ ବିଧାୟକଙ୍କ ପ୍ରତି ଲୋକଙ୍କ ବିମୁଖତା ବଢ଼ିଥିବା ଆଲୋଚନା ହେଉଛି। ଏଭଳି ପରିସ୍ଥିରେ ବିଜେପି ର ରେକର୍ଡ କାର୍ଡ଼ରେ ଆସିକା ର ସ୍ଥାନ ଏବେ କେଉଁଠି ରହିବ ତାହା ସାଧାରଣ ରେ ପ୍ରଶ୍ନ ….?