ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ

add-all

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି।

ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିର ବିଲ୍ କରାଇଦେବା ନେଇ ମାଲିକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ତାଙ୍କର ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

ବିସ୍ରାରେ ତାଙ୍କ କାର୍ଯ୍ୟାଳୟ ତଥା ଘର, ରାଉରକେଲାର ବାସନ୍ତୀ କଲୋନୀରେ ଭଡା ଘର, ଭୁବନେଶ୍ୱରରେ ଏକ ଫ୍ଲାଟ ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାଙ୍କ ପୈତୃକ ଘରେ ଏକକାଳୀନ ତଲାସି କରାଯାଇଥିଲା।

ad-week
Leave A Reply

Your email address will not be published.