
ବୀମା ଓ ଋଣ ଜାଲିଆତି ହୋଇଥିବା ତଦନ୍ତରୁ ଜଣାପଡିଛି
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଜାଲ ଚାଷୀ ପଞ୍ଜୀକରଣ କରି ବ୍ୟାପକ ଦୁର୍ନିତୀ ଅଭିଯୋଗ ର ତଦନ୍ତ ଶୁକ୍ରବାର ହୋଇଛି । ରାଜ୍ୟ ସମବାୟ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଅଧିକାରୀ ସୁଧାଂଶୁ କୁମାର ମହାରଣା ଓ ଛତ୍ରପୁର ଆଞ୍ଚଳିକ ଅଧିକାରୀ ଜି କ୍ରିଷ୍ଣା ମୁର୍ତ୍ତି ରାଓ ଶୁକ୍ରବାର ବାଳକୃଷ୍ଣପୁର ସେବା ସମବାୟ ସମିତିରେ ପହଞ୍ଚି ତଦନ୍ତ କରିଥିଲେ। ଗୋଟିଏ କି ଦୁଇଟି ଚାଷୀ ନୁହେଁ ବହୁ ଚାଷୀଙ୍କ ନାମରେ ଜାଲିଆତି କରୁଥିଲେ ଅବସର ନେଇସାରିଥିବା ସମବାୟ ସମିତି । ପ୍ରାଥମିକ ତଦନ୍ତ ପରେ ପୂର୍ବତନ ସମ୍ପାଦକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଅପରାଧିକ ମାମଲା ରୁଜୁ କରିବାକୁ ତଦନ୍ତ ଅଧିକାରୀ ସୁପାରିଶ କରିଛନ୍ତି । ହିଞ୍ଜିଳିକାଟୁ ବ୍ଲକ ଫୁଟିଆପଦର ପଞ୍ଚାୟତ ବାଳକୃଷ୍ଣପୁର ସେବା ସମବାୟ ସମିତିର ସମ୍ପାଦକ ଭୀମସେନ ରାଉତ ଧାନ ବ୍ୟବସାୟୀଙ୍କଠାରୁ କମ୍ ଦରରେ ଧାନ କିଣି ସେଗୁଡିକୁ ଜାଲ୍ ଚାଷୀମାନଙ୍କ ନାମରେ ଉଚ୍ଚା ଦରରେ ବିକ୍ରୟ କରିବା ସହ ଜାଲ ଚାଷୀଙ୍କ ନାମରେ ଖରିଫ ଫସଲ ଵୀମା ଓ ଋଣ ଜାଲିଆତି କରିଥିବା ଅଭିଯୋଗ କରିଥିଲେ ଚାଷୀ । ପ୍ରଥମେ ୫ ଜଣ ଚାଷୀଙ୍କ ନାମରେ ଜାଲ୍ କରାଯାଇଥିବା ଅଭିଯୋଗ ପରେ ତଦନ୍ତ କରାଯାଇଥିଲା। ଏହି ଅଭିଯୋଗ ପରେ ଶୁକ୍ରବାର ଦିନ ଛତ୍ରପୁର ତଦନ୍ତରେ ରାଜ୍ୟ ସମବାୟ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରୁ ଅଧିକାରୀ ସୁଧାଂଶୁ କୁମାର ମହାରଣା ଓ ଏରିଆ ଅଧିକାରୀ ଜି କ୍ରିଷ୍ଣା ମୁର୍ତ୍ତି ରାଓ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ପହଞ୍ଚି ତଦନ୍ତ କରିଥିଲେ। ପୂର୍ବରୁ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ କରିଥିବା ପାଞ୍ଚ ଜଣଙ୍କୁ ଉପସ୍ଥିତ ରହିବାକୁ ନୋଟିସ ପଠାଇଥିଲେ ।ପାଞ୍ଚ ଜଣଙ୍କୁ ମଧ୍ୟରୁ ଦୁଇ ଜଣ ଚାଷୀ ଉପସ୍ଥିତ ରହି ନିଜର ମତ ରଖିଛନ୍ତି। ଅଭିଯୋଗ କରିଥିବା ଚାଷି ଉମା ଚରଣ ପାଳ ଓ ବଦ୍ରିନାଥ ଗନ୍ତାୟତ ନିଜର ମତ ରଖିଥିବା ବେଳେ ଅଜିତ କୁମାର ଚୈ।ଧୁରୀ ନିଜର ପୂର୍ବପୁରୁଷାନୁକ୍ରମେ ଥିବା ଜମିରେ ଜାଲ ଚାଷୀଙ୍କ ନାମରେ ଜାଲିଆତି କରି ବୀମା ଓ ଋଣ ଜାଲିଆତି କରିଥିବା ପୂର୍ବତନ ସମ୍ପାଦକ ଭୀମସେନ ରାଉତ ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତିି ତଦନ୍ତ କାରୀ ଅଧିକାରୀ ମାନଙ୍କୁ।ଜମି ପଟ୍ଟା ଥିବା ହିତାଧିକାରୀ ଙ୍କ ନାମରେ ବୀମା ଓ ଋଣ ନକରି ଜାଲ ଚାଷୀଙ୍କ ନାମରେ ପଞ୍ଜୀକରଣ କରିଥିବା ତଦନ୍ତ ରୁ ଜଣାପଡ଼ିଛି। ରାଜ୍ୟ ସୋସାଇଟି ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଅଧିକାରୀ ବାଳକୃଷ୍ଣପୁର ସେବା ସମବାୟ ସମିତି ରେ ଶୁକ୍ରବାର ୨୩ ତାରିଖରେ ଏହି ତଦନ୍ତ କରିଛନ୍ତି।
୨୦୨୪-୨୦୨୫ ବର୍ଷରେ ଖରିଫ ଧାନ ବିକ୍ରୟ କରିବାକୁ ଆଗୁଆ ଫୁଡ ଓଡ଼ିଶା ପୋର୍ଟାଲ ଓ୍ଵେବସାଇଟ୍ରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବାକୁ ସରକାର ତାରିଖ ଧାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ହିଞ୍ଜିଳିକାଟୁ ବ୍ଲକ୍ ଫୁଟିଆପଦର ପଞ୍ଚାୟତ ବାଳକୃଷ୍ଣପୁର ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଭୀମସେନ ରାଉତ ଏହି ସମବାୟ ସମିତିର ବିଭିନ୍ନ ଗ୍ରାମର ଚାଷୀମାନଙ୍କ ଅଜଣାତରେ ଅନ୍ୟ ପଟ୍ଟାକୁ ଏହିଜାଲ ଚାଷୀ ମାନଙ୍କ ନାମରେ ପଞ୍ଜୀକରଣ କରିଛନ୍ତି ବୋଲି ତଦନ୍ତକାରୀ ଅଫିସର ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଉଦ୍ଦେଶ୍ୟ ମୂଳକ ଭାବେ ଏପରି ମିଛ ଚାଷୀମାନଙ୍କ ନାମରେ କଳାବଜାରୀ ଚଳାଇ ଆସୁଥିବା ଅବସରପ୍ରାପ୍ତ ସମ୍ପାଦକ ଭୀମସେନ ରାଉତ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ତଦନ୍ତକାରୀ ଅଧିକାରୀ ସୁଧାଂଶୁ କୁମାର ମହାରଣା ଜିଲ୍ଲା ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟିଙ୍କୁ ସୁପାରିଶ କରିଛନ୍ତି। ଏ ସମ୍ପର୍କରେ ପୂର୍ବତନ ସମ୍ପାଦକ ଭୀମସେନ ରାଉତ କହିଛନ୍ତି, କୌଣସି ଭୁଲ୍ କ୍ରମେ ଏମିତି କେତେକ ଚାଷୀଙ୍କ ନାମରେ ବାହାର ଅଞ୍ଚଳର ଚାଷୀଙ୍କ ଜମିବାଡି କମ୍ପୁଟରରେ ଫିଡିଂ ହୋଇ ଯାଇଥିଲା। ସେଥିପାଇଁ ସେଗୁଡିକୁ ସେ କମ୍ପୁଟରରୁ କାଟି ଦେଇଛନ୍ତି। ପୂର୍ବ ବର୍ଷ ମାନଙ୍କରେ ଏମିତି କେତେକ ଜାଲ୍ ଚାଷୀଙ୍କ ନାମରେ ଭୁଲରେ ଧାନ ଫସଲ ବୀମା ଓ ଋଣ ସହ ନାମ ଚଢିଯାଇଛି ବୋଲି ସେ ସ୍ଵୀକାର କରିଛନ୍ତି।ଅନ୍ୟ ପକ୍ଷରେ ଚାଷି ଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି।ଏନେଇ ଅଭିଯୋଗ କାରୀ ଊମା ଚରଣ ପାଳ, ବଦ୍ରୀନାଥ ଗନ୍ତାୟତ ଓ ଜିତେନ୍ଦ୍ର କୁମାର ଚୋୖଧୁରୀ ନ୍ୟାୟ ପ୍ରଦାନ କରିବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।