ବିଶ୍ଵ କଇଁଛ ଦିବସ ଉପଲକ୍ଷେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

add-all

ମାଲକାନଗିରି : ୨୩ ମେ ବିଶ୍ଵ କଇଁଛ ଦିବସ ଉପଲକ୍ଷେ ମାଲକାନଗିରି ବନ ବିଭାଗ ଓ ଇକୋ, ଓଡିଶା ର ମିଳିତ ଆନୁକୁଲ୍ୟରେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଅଛି। ବର୍ତ୍ତମାନ ସମୟରେ ମଧୁର ଜଳ କଇଁଛ ମାନଙ୍କର ଚାଲାଣ, ବିକ୍ରି ଇତ୍ୟାଦି ଉପରେ ଅଙ୍କୁଶ ଲଗାଇବା ପାଇଁ ମାଲକାନଗିରି ଜିଲ୍ଲା ବନ ବିଭାଗ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କର୍ମଶାଳାଟି ଓଡ଼ିଶାର ବନ୍ୟପ୍ରାଣୀ ତଥା ସରୀସୃପ ବିଶେଷଜ୍ଞ ଟିମ୍ ତତ୍ତ୍ଵାବଧାନରେ ଅୟୋଜନ କରାଯାଇଅଛି।

ଉକ୍ତ କର୍ମଶାଳାଟିକୁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟପଲ୍ଲି ଓ ସହକାରୀ ବନ ସଂରକ୍ଷକ ମନସୁନ ଖେମୁଣ୍ଡୁଙ୍କ ଉପସ୍ଥିତିରେ ସଞ୍ଚାଳନା କରାଯାଇଥିଲା।

ଉକ୍ତ କର୍ମଶାଳା ରେ ଫକିର ମୋହନ ବିଶ୍ଵିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼ାଃ ନୀଳାଦ୍ରି ଭୂଷଣ କର, Earth Crusaders Organisation (ECO) ର କାର୍ଯ୍ୟକାରୀ ଅଧିକାରୀ ଆକାଶ ପଧାନ, ସଂସ୍ଥାର ପ୍ରତିଷ୍ଠାତା ଅରବିନ୍ଦ ସାମଲ, କରନ ଜ୍ୟୋତି ନାୟକ ମଧୁର ଜଳ କଇଁଛ ର ଚିହ୍ନଟ, ସଂରକ୍ଷଣ, ଉଦ୍ଧାର ସମ୍ବନ୍ଧୀୟ ବିଷବସ୍ତୁକୁ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ଚକ୍ରକୁ କଳିଙ୍ଗ ଜେନା ଓ ସୁଭଜିତ୍ ନାୟକ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.