
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ କାଲୋବାହାର ଛକ ମୁହାଁଣୀରେ ବାଇକ ରୁ ପଡି ଜଣେ ମୃତ, ଓ ଦୁଇ ଜଣ ଗୁରୁତର ଆହତ | ଗୋଟିଏ ବାଇକ ରେ ତିନି ଜଣ ଯୁବକ ନିଜଘର କାଦୋବାହାଲ ଭୋକ୍ତାଟୋଲୀ ରୁ ରାଏବଗା କିଛି କାମରୁ ଯାଉଥିବା ବେଳେ କାଲୋବାହାର ଛକ ମୁହାଁଣୀରେ ବାଇକ ଚାଲକ ନିଜର ଭାରସାମ୍ୟ ହରାଇଥିବାରୁ ବାଇକଟି ରାସ୍ତା ତଳେ ପଡିଥିଲା, ଯାହା ଫଳରେ ତିନି ଯୁବକ ବାଇକରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଡକେଇ ଦୁଇଜଣଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ଚକିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ବାବୁ ପ୍ରାଥମିକ ଚିକିୟା କରିବା ପରେ ଉଭୟଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତର କୁ ହସ୍ଥାନ୍ତର କରିଥିବା ଜଣାଅପଡ଼ିଛି !ଏବଂ ଆଉଜଣଙ୍କୁ ରାଏବଗା ସ୍ଵାସ୍ଥ କେନ୍ଦ୍ରକୁ ଚିକ୍ଷିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ଦେଖି ମୃତ୍ୟୁ ଘଷଣା କରିଥିଲେ | ଏହା ଜାଣିବା ପରେ ଘର ଲୋକେ ଆଜି ରାଏବଗା ଥାନାରେ ଏକ ଲିଖିତ ଦଶରଖାସ୍ତ ଦେଇଥିଲେ |ଦରଖାସ୍ତ କୁ ଆଧାର କରି ରାଏବଗା ପୋଲିସ ଘଟଣା ସ୍ଥଳକୁ ଯାଇ ସବ ଜବତ କରିବା ସହ ବାଇକ କୁ ଥାନା ରେ ଅଟକ ରଖିଛି | ଏହି ତିନି ଜଣ ଯୁବକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଭୋକ୍ତା ଟୋଲୀ ଅଞ୍ଚଳର ବାଲି ଜଣା ପଡିଛି | ଭୋକ୍ତା ଟୋଲୀ ଅଞ୍ଚଳରେ ଆଜି ଏକ ଶୋକର ଛାୟ ଖେଳିଯାଇଛି ! ରାଏବଗା ପୋଲିସ ସବ ବେଵାଚ୍ଛେଦ କରାଇବା ପରେ ଘର ଲକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ | ରାଏବଗା ଥାନା କେଶ ନମ୍ବର ୧୦୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି |