ବାଲିଗୁଡାରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗାଁ ଠାରୁ ଆରମ୍ଭ କରି ସହରରେ ନିଷ୍ଠାର ସହ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଯାଇଛି l ଏହି ଅବସରରେ ମହିଳାମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି ବିିଭିନ୍ନ ପ୍ରକାର ଭୋଗ,ଫୁଲ ଆଦି ପୂଜାଚ୍ଚର୍ନା ସହ ଜିନିଷ ନେଇ ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରିଥିବା ବେଳେ କିଛି ମହିଳା ଘରେ ମଧ୍ୟ ବ୍ରତ ପାଳନ କରିଥିଲେ । ଘରକୁ ପୁରୋହିତ ଆସି ବ୍ରତ କଥା ପଢିବା ସହ ପୂଜାର୍ଚ୍ଚନା କରିଥିଲେ ।

ଏହି ଦିନ ପ୍ରତ୍ୟେକ ହିନ୍ଦୁ ସଧବା ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ଲାଗି ଉପବାସ କରି ସ୍ୱାମୀଙ୍କ ଶୁଭ ମନାସି ଫଳ ଆହାର କରନ୍ତି । ଏ ନେଇ ବାଲିଗୁଡାରେ ଶ୍ରୀଜଗନ୍ନାଥ ମନ୍ଦିର ସହ ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଖଡଗେଶ୍ୱର ମନ୍ଦିର, ଶିବ ମନ୍ଦିର ଭଳି ବିଭିନ୍ନ ଦେବାଳୟ ପରିସରରେ ମହିଳାମାନେ ସାମୁହିକ ସାବିତ୍ରୀ ବ୍ରତ ପାଳନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସଧବା ନାରୀ ମାନେ ସ୍ୱାମୀଙ୍କ ମଙ୍ଗଳ ମନାସି ଏହି ବ୍ରତ କରୁଥିବା ବେଳେ ସାବିତ୍ରୀ ବ୍ରତ ପୂଜା ସରିଯିବା ପରେ ସମବେତ ବ୍ରତୀ ଓ ଜନସାଧାରଣଙ୍କୁ ସାମୁହିକ ପ୍ରସାଦ ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.