ଆସିକା ପୋଲିସ ହାତରେ ଗଞ୍ଜେଇ ମାଫିଆ ସହ ୪ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ…!

add-all

ବ୍ରହ୍ମପୁର: ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସ୍ପେସିଆଲ ଡ୍ରାଇଭର ନେତୃତ୍ୱରେ କାଳଷଣ୍ଢପୁର, ପାକଲାପଲ୍ଲୀ, କଇଁଫୁଲିଆ ଛକ ନିକଟରେ ପେଟ୍ରୋଲିଙ୍ଗ କରାଯାଉଛି। ସୋମବାର ଦିନ ଆସିକା ଥାନା ଅଧିକାରୀ କୁଳମଣି ସେଠିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ଼ ମିଶି ପେଟ୍ରୋଲିଙ୍ଗ କରୁଥିବା ବେଳେ ପିକଅପ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ଉକ୍ତ ଗାଡ଼ିକୁ ପୋଲିସ ଅଟକାଇଥିଲେ। ଯେତେ ବେଳେ ଗାଡ଼ି କୁ ଯାଞ୍ଜ କରାଗଲା ସେଥିରେ ବସ୍ତା ବସ୍ତା ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା। ଉକ୍ତ ଗାଡ଼ିରେ ପି.ମୋହନ ନାମକ ବ୍ୟକ୍ତିକୁ ଜେରା ବେଳେ ପୋଲିସ ସେଥିରେ ୪ କୁଇଣ୍ଟାଲ ୧୭ କେଜି ଗଞ୍ଜେଇକୁ ଜବତ କରିବା ସହ ମୋହନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଆସିକା ଥାନା କେଶ ନମ୍ବର ୩୪୭/୨୫ ମାମଲା ରୁଜୁ କରାଯାଇଛି। ଆସିକା ଚଳିତ ମାସରେ ଆସିକା ପୋଲିସ କୁ ସଫଳତା ପରେ ସଫଳତା ମିଳିବାକୁ ଲାଗିଛି। ମେ ମାସ ଆରମ୍ଭରୁ ଆସିକା ପୋଲିସ ହାତରେ ୨୪ ରୁ ଉର୍ଦ୍ଧ ମାଉଜର ଜବତ ହେବା ସହ ୩୦ ରୁ ଉର୍ଦ୍ଧ ଅପରାଧ ତତ୍ତ୍ୱ ମାନଙ୍କୁ ଗିରଫ କରିଥିଲା। ପୋଲିସ ପକ୍ଷରୁ ଜବତ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର କୁ ଚାଲାଣ ହେଉଥିଲା ବୋଲି କୁହା ଯାଇଛି। ଜେରା ବେଳେ ଅଭିଯୁକ୍ତ କହିଛି ବ୍ରହ୍ମପୁର ରୁ ମୁମ୍ବାଇ, ଚେନ୍ନାଇ ଓ ସୁରତ କୁ ଏହି ଗଞ୍ଜେଇ ଚାଲାଣ ହେବାର ଥିଲା ବୋଲି ପ୍ରକାଶ କରିଛି। ଆସିକା ଅଞ୍ଚଳ ରେ ଅବକାରୀ ବିଭାଗ ର କାର୍ଯ୍ୟ ପୋଲିସ କରୁଛି।

ad-week
Leave A Reply

Your email address will not be published.