ବାଲିଗୁଡା ରେ ଲଘୁଚାପ ଜନିତ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ : ଗରମ ଗୁଳୁଗୁଳିରୁ ଆଶ୍ବସ୍ତି

add-all

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷା ମଙ୍ଗଳବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସୁମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା ବେଳେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବର୍ଷା ଯୋଗୁ ଅଭାବୀ ଜଳ ପୂରଣ ହୋଇପାରିଥିବା ବେଳେ ଉଦ୍ୟାନୀ ଚାଷୀଙ୍କୁ ଏହି ବର୍ଷା ଫାଇଦା ଯୋଗାଇ ପାରିବ। ବର୍ଷା ଅଭାବରୁ ପନିପରିବା ଅଞ୍ଚଳରେ ଅଭାବ ଦେଖା ଯାଇଥିବା ବେଳେ ଗଞ୍ଜାମ ଜିଲା ଉପରେ ନିର୍ଭର କରିବାକୁ ପଡୁଛି। ସେହିପରି ପାରମ୍ପରିକ ହଳଦୀ, ଅଦା, କାନ୍ଦୁଲ ଚାଷ ପାଇଁ ବର୍ଷା ଫାଇଦା ହେବ ବୋଲି ପ୍ରମୁଖ ଚାଷୀ ମାନେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.