
ସୁନ୍ଦରଗଡ : ସୁନ୍ଦରଗଡ ଗସ୍ତର ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ପହଞ୍ଚିଥିଲେ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ପୁରାତନ ଛାତ୍ର ଭାବରେ।ସେଠାରେ ପହଞ୍ଚିଲା ପରେ ମନେ ପକାଇଥିଲେ ସେ ଏହି ବିଦ୍ୟାଳୟର ଛାତ୍ର ଥିବା ସମୟରେ ଥିବା ସ୍ଥିତି ସମ୍ପର୍କରେ। ତାଙ୍କ ଛାତ୍ର ଜୀବନରେ ଘଟିଥିବା ଅନେକ ଅଭୁଲା ଘଟଣା ଗୁଡ଼ିକ ବର୍ଣ୍ଣନା କରିବା ସହିତ ସେ ସମୟରେ ପାଠପଢ଼ା କିଭଳି ଜଣେ ମଣିଷକୁ ଠିକ୍ ଭାବରେ ଗଢୁଥିଲା ସେ ବିଷୟରେ ମନ୍ତବ୍ୟ ରଖିଥିଲେ। ଐତିହ୍ୟ ଭରା ଏହି ବିଦ୍ୟାଳୟର ଛାତ୍ର ଭାବରେ ସେ ଗର୍ବିତ ବୋଲି ମତ ପ୍ରକାଶ କରିବା ସହିତ ଉପସ୍ଥିତ ଥିବା ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହିତ ଭବିଷ୍ୟତରେ ଆଲୋଚନା କରିବାର ପ୍ରତିଶ୍ରୁତି ଏବଂ ବିଦ୍ୟାଳୟକୁ ଆଗକୁ ନେବା ପାଇଁ ଅନେକ ଉପଦେଶ ଦେଇଥିଲେ । ପ୍ରାକ୍ତନ ବିଦ୍ୟାଳୟ ପ୍ରତି ତାଙ୍କ ଏହି ସମ୍ବନ୍ଧକୁ ଉପସ୍ଥିତ ସମସ୍ତ ବ୍ୟକ୍ତି ଉଚ୍ଚ ପ୍ରଶଂସା କରିଥିଲେ। ଏହି ଆଲୋଚନା ସମୟରେ ଲାଗୁ ନ ଥିଲା ଜଣେ ମନ୍ତ୍ରୀ ବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି, ବରଂ ଲାଗୁଥିଲା ବିଦ୍ୟାଳୟ ପ୍ରତି ଆକର୍ଷଣ ଥିବା ଏକ ଛାତ୍ର ଯେମିତି ନିଜ ପୁରାତନ ବିଦ୍ୟାଳୟକୁ ଧନ୍ୟବାଦ ଜଣାଇବାସହ ତା ପାଇଁ କିଛି କରିବାର ମନ ନେଇ ଆସିଛନ୍ତି। ଏହି ସମୟରେ ସୁନ୍ଦରଗଡ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ,ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜେନାମଣି ପଟେଲ ଓ ଅନ୍ୟାନ୍ୟ ଶିକ୍ଷା ବିଭାଗ ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଆରାଧନା ଭୋଈ, ଶିକ୍ଷକ ବୀର ବିକ୍ରମ ସିଂହ ଦେଓ, ପଦ୍ମଲୋଚନ ରାଉଡିଆ, ଆକାଶ ପ୍ରଧାନ,ବିଧୁ ଭୂଷଣ ନାୟକ, ଶିକ୍ଷୟିତ୍ରୀ ସୁସ୍ମିତା ଯୋଷୀ, କମଳିନୀ ଭୂୟାଁ, ଅରୁଣା କୁଲୁ, ରାଜ କିଶୋରୀ କେରକେଟା, ମନିଷା ଦୀପ୍ତି ବିଲୁଙ୍ଗ, ପୁରାତନ ଛାତ୍ର ସଂଘ ସଭାପତି ବେଣୁ ମାଧବ ତ୍ରିପାଠୀ, ସଦସ୍ୟା ସଂଯୁକ୍ତା ବହିଦାର ଓ ଅନ୍ୟାନ୍ୟ ପୁରାତନ ଛାତ୍ର ସଂସଦ ସଦସ୍ୟ ଉପସ୍ଥିତ ଥିଲେ।