
ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସି ରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟି ଆସନ୍ତା ୩ମାସ ମଧ୍ୟରେ ନିର୍ବାଚନ ହେବାକୁ ବାଟ ଫିଟିଛି।ଏହାକୁ ନେଇ ଆସନ୍ତା ସପ୍ତାହରେ ଆଚରଣ ବିଧି ଲାଗୁ ହେବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି।ଓଡ଼ଗାଁ ଏନଏସି ଘୋଷଣାକୁ ୮ ବର୍ଷ ବିତଯାଇଥିଲେ ମଧ୍ୟ ନିର୍ବାଚନରେ ଅଙ୍କୁଶ ଲାଗିଥିଲା ।ୱାର୍ଡ ପରିବର୍ଦ୍ଧିତ କୁ ନେଇ ଓଡ଼ଗାଁ ଏନଏସି ର ନବ କିଶୋର ପାଣିଗ୍ରାହୀ ହାଇକୋର୍ଟ ରେ ଏକ ପିଟିସନ ଦାଖଲ କରିଥିଲେ । ବର୍ତମାନ ହାଇକୋର୍ଟ ରୁ ମାମଲା ଉଠିବା ପରେ ଏନଏସି ନିର୍ବାଚନ କରିବାକୁ ସ୍ଥିର ହୋଇଛି ।ଓଡ଼ଗାଁ ଏନଏସି ର ୧୫ ଟି ୱାର୍ଡର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭୋଟର ଏହି ନିର୍ବାଚନରେ ଭାଗନେବେ । ଏହି ନିର୍ବାଚନ ପାଇଁ ଜନ ପ୍ରତିନିଧି ମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଏନଏସି ଘୋଷଣା ପରଠାରୁ ଓଡ଼ଗାଁ ରେ ଅନେକ ବିକାଶ ହୋଇଥିଲେ ମଧ୍ୟ ଜନ ପ୍ରତିନିଧି ନଥିବାରୁ ଅନେକ ସମସ୍ୟା ମୁଣ୍ଡ ଟେକୁଥିଲା ।ଅନେକ ସମସ୍ୟା ସମାଧାନ ହୋଇ ପାରୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଥିଲା । ମାତ୍ର ନିର୍ବାଚନ କମିଶନର ଏହି ଘଟଣାରେ ହସ୍ତକ୍ଷେପ କରି ନିର୍ବାଚନ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି।ଜିଲ୍ଲାପାଳ ସମସ୍ତ ୧୫ ଟି ୱାର୍ଡ ର ତାଲିକା ପ୍ରସ୍ତୁତ କରିଥିବା ବେଳେ କେଉଁ ୱାର୍ଡ ରୁ କିଏ ପ୍ରତିଦ୍ବନ୍ଦିତା କରିବେ ଏହାକୁ ନେଇ ନେତାଙ୍କ ମଧ୍ୟରେ ଏହାକୁ ନେଇ ମାନସ ମନ୍ଥନ ଆରମ୍ଭ ହୋଇଛି ।ଆସନ୍ତା ମାସ ସୁଦ୍ଧା ଓଡ଼ଗାଁ ଏନଏସି ର ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣା ପଡିଛି।