ଆର୍ଯ୍ୟପଲ୍ଲୀରେ ପ୍ରସାଶନିକ ଡେଙ୍ଗୁ ସଚେତନତା

add-all

ଛତ୍ରପୁର : ଆଜି ପ୍ରଶାସନିକ କ୍ଷେତ୍ର ରେ ଡେଙ୍ଗୁ ନିରାକରଣ ନିମନ୍ତେ ଅଣ୍ଟା ଭିଡିଛନ୍ତି ସ୍ବାସ୍ଥ୍ୟ ବିଭାଗ ସହ ଅନ୍ୟ ବିଭିନ୍ନ ବିଭାଗ। ଆର୍ଯ୍ୟପଲ୍ଲୀ ଗ୍ରାମ ରେ କିଛି ଦିନ ହେବ ଡେଙ୍ଗୁ ଜ୍ଵର ର ଲକ୍ଷଣ ପରିଲକ୍ଷିତ ହେବା ସକାଶେ ମୁନିଶିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ନିଜ ଟିମ୍ କୁ ନେଇ ଯୁଦ୍ଧ କାଳୀନ ଭିତ୍ତି ରେ ଲାଗିପଡିଛନ୍ତି ନିରାକରଣ ମାର୍ଗ ରେ। ଆଜି ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ସରପଞ୍ଚ ଶ୍ରୀ ତ୍ରିଲୋଚନ ବେହେରା ଙ୍କ ସହଯୋଗ କ୍ରମେ ଏକ ସଭା ର ଆୟୋଜନ ହୋଇଥିଲା । ଉକ୍ତ ସଭା ରେ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଲ, ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଡ଼ା ସ୍ଵାଧୀନ ରଥ, ଆଦାନୀ ଫାଉଣ୍ଡେସନ ଗ୍ରୁପ ରୁ ଶ୍ରୀ ଦେବଦତ୍ତ ମିଶ୍ର, ପି.ଏଚ.ଇ.ଓ ବରୁଣ କୁମାର ପାଣିଗ୍ରାହୀ, ବି. ପି .ଏମ୍. ସୀମଞ୍ଚଳ ପ୍ରଧାନ, ପି.ଇ .ଓ ଡାକ୍ତର ସେଠୀ, ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଭା ରେ ଆଲୋଚନା ହେଲା ଯେ ଘର ଘର ବୁଲି ସ୍ଵଚ୍ଛତା ସମ୍ବାଦ କରାଯିବ ଏବଂ ମେଗାଫୋନ୍ ଦ୍ଵାରା ଗ୍ରାମ ସାରା ଡେଙ୍ଗୁ ବାର୍ତ୍ତା ପ୍ରସାରଣ କରାଯିବ। ଆଦାନୀ ଗ୍ରୁପ ଦ୍ଵାରା ସାରା ଗ୍ରାମ ର ଅଳିଆ ଆବର୍ଜନା କୁ ପରିଷ୍କାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦେବଦତ୍ତ ମିଶ୍ର। ଅତି ଶୀଘ୍ର ପରିସ୍ଥିତି ନିୟନ୍ତ୍ରଣ ହେବା ଲକ୍ଷ୍ୟ ରେ କାର୍ଯ୍ୟରତ ପ୍ରଶାସନ।

ad-week
Leave A Reply

Your email address will not be published.