ବଜ୍ରାଘାତରେ ଜଣେ ମୃତ ତିନି ଆହତ

add-all

ଚିକିଟୀ : ଏହି ବ୍ଲକ ଚାନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାତରଡ଼ାପଲ୍ଲୀ ଗ୍ରାମ ନିକଟ ପାହାଡ଼ ପାଦଦେଶରେ ଶୁକ୍ରବାର ଅପରାହ୍ନରେ ଛେଳି ଚରାଉଥିବା ସମୟରେ ଚାରିଜଣ ବ୍ୟକ୍ତି ବଜ୍ରାଘାତର ଆକ୍ରାନ୍ତ ହୋଇଥିଲେ। ବାତରଡ଼ାପଲ୍ଲୀ ନିକଟ ହରିପୁର ଗ୍ରାମର ପ୍ରାୟ ୫୫ ବର୍ଷ ବୟସ୍କ ଶିବ ପାଇକ ମୃତ ହୋଇଥିବା ବେଳେ ବାତରଡ଼ାପଲ୍ଲୀ ଗ୍ରାମର ଗଣପତି ନାୟକ, ବେଲପନ୍ଥୀ ଗ୍ରାମର ବିଜୟ ଗୌଡ଼ ଓ ଦିଗପହଣ୍ଡି ବ୍ଲକ ବମୋକୋଇ ଗ୍ରାମପଞ୍ଚାୟତ ଖଇରପଙ୍କ ଗ୍ରାମର ଡିଲି କନ୍ୟାରୀ ଙ୍କୁ ଅଚେତ ଅବସ୍ଥାରେ ବାମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ପାଇଁ ନେବା ପରେ ଅବସ୍ଥା ଗୁରୁତର ଥିବା ହେତୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ନୂଆପଡା ପୋଲିସ ଉକ୍ତ ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ସେଠୀ, ସମିତି ସଭ୍ୟ ଅକ୍ଷୟ ସେଠୀ, ନୂଆପଡ଼ା ରାଜସ୍ୱ ନିରୀକ୍ଷକ ଦେବରାଜ ନାଇକ ଙ୍କ ସହ ଅଞ୍ଚଳବାସୀ ପ୍ରମୂଖ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଚିକିତ୍ସା ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.