ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ

add-all

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଉମାକାନ୍ତ ରଥ ଦାୟିତ୍ଵ ଗ୍ରହଣ କରିଛନ୍ତି । ଗତ ମେ ମାସ ୩୧ ତାରିଖରେ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ପ୍ରାଧ୍ୟାପକ ପ୍ରଭାକର ରାଜୁ ଅବସର ଗ୍ରହଣ କରିବା ପରେ ବରିଷ୍ଠତା ଭିତିରେ ଉମାକାନ୍ତ ରଥ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏନେଇ ଅଧ୍ୟାପକ,ଅଧ୍ୟାପିକା,ମହାବିଦ୍ୟାଳୟର ସମସ୍ତ କର୍ମଚାରି, ଆଲୁମିନି ଛାତ୍ର ଛାତ୍ରୀମାନେ ନୂତନ ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭେଛା ଜଣାଇଛନ୍ତି ।

ସହଯୋଗୀ ଅଧ୍ୟାପକ ଅଧ୍ୟାପିକା ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ମହାବିଦ୍ୟାଳୟର ଶିକ୍ଷାର ମାନ ବଢାଇବା, ପାଠ ପଢାରେ ସମୟାନୁବର୍ତ୍ତିତା, ଭିତ୍ତିଭୂମିର ବିକାଶ, ଶୃଙ୍ଖଳିତ ପରିବେଶ, ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସହ ମହାବିଦ୍ୟାଳୟକୁ ଶ୍ରେଷ୍ଠ କରିବା ଦିଗରେ କାର୍ଯ୍ୟକରିବା କଥା ନୂତନ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.