ନଦୀରେ ଭାସି ଯୁବକ ନିଖୋଜ ଘଟଣା: ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ…

add-all

ମାଲକାନଗିରି : ଦୁଇଦିନ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ କନ୍ୟାଶ୍ରମ ନଦୀରେ ଗାଧେଇବାକୁ ଯାଇ ଭାସି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପରିବାର ଲୋକ ଚିହ୍ନଟ କରିବା ପରେ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଂଚି ପଂଚନାମା କରିବା ସହ ଶବ ଜବତ କରି କାଲିମେଳାକୁ ବ୍ଯବଚ୍ଛେଦ ପାଇଁ ପଠାଇଛି। ସୁଚନା ଅନୁଯାୟୀ ଆଜି ସକାଳେ ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୫୭ ଗ୍ରାମ ନିକଟସ୍ଥ ପୋଟେରୁ ନଦୀ କୂଳ ଭାଗରେ ଏକ ଶବ ଭାସୁଥିବା ଦେଖି ଗ୍ରାମବାସୀ ତୁରନ୍ତ କାଲିମେଳା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଏମପିଭି ୫୭ ଗ୍ରାମକୁ ଯାଇ ଶବକୁ ନଦୀରୁ ଉଦ୍ଧାର କରିଥିଲେ ଓ ଗତ ଦିନରେ ନିଖୋଜ ଅରୁଣ ଗୌଡ ଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସୂଚନା ପାଇ ପରିବାର ଲୋକେ ଏମପିଭି ୫୭ ଗ୍ରାମରେ ପହଂଚି ଅରୁଣ ଙ୍କୁ ଚିହ୍ନିବା ସହ କାଲିମେଳା ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପକ୍ଷ୍ୟରୁ ତଦନ୍ତ କରାଯିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅରୁଣ ଗତ ୩୦ ତାରିଖରେ ପୋଟେରୁ ନଦୀରେ ଭାସିଯିବା ପରିବାର, ସମ୍ପର୍କୀୟ, ଅଗ୍ନିଶମ ଓ ପୋଲିସ ବିଭାଗ ନିରନ୍ତର ଭାବେ ଖୋଜାଖୋଜି ଜାରୀ ରଖିଥିଲେ। ପ୍ରାୟ ତିନି ଦିନ ବିତିଯିବା ପରେ ଅରୁଣଙ୍କ ମୃତ ଦେହ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.