ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ

youtube

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସମୂହ ନିବନ୍ଧକ ତୃପ୍ତି କଲ୍ୟାଣ ସେଠୀ , ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେଦ୍ରିୟ ମିଶ୍ର ,ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ,ସହ ସମବାୟ ସମୂହ ନିବନ୍ଧକ ସୁକାନ୍ତ ପାଢୀ ,ଯୋଗାଣ ଅଧିକାରୀ ସୁବାଷ ବିଶ୍ଵାଳ , ଆରଏମସି ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ସୁଡ୍ରା ଲ୍ଯାମ୍ପ ଏମଡି ଶ୍ୟାମଳ କୁମାର ବେହେରା ସମେତ ଅଗ୍ରଣୀ ଚାଷୀ ଦେବେନ୍ଦ୍ର କୁଦାଇ, ଅଭିରାମ ରଣା , ମୋତିଲାଲ ରାଣା ,ଓ ଗଣେଷ ରଣା ପ୍ରମୁଖ ଉପସ୍ଥିତ ଥିଲେ । ସୁଡ୍ରା ଲ୍ଯାମ୍ପ ଜରିଆରେ ଲଣ୍ଡାଗାଁ ଲ୍ଯାମ୍ପ ଗୋଦାମ ରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ ବୋଲି କୁହାଯାଇଛି । ଏହି ମଣ୍ଡିରେ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତ ର ଘୋଡାବାଲି,ଜରଲାବନ୍ଧ, ମୁଠାବାଲି ,ଲଣ୍ଡାଗାଁ ,ଖଇରା ବାଡି , ତଳିପଡା, କର୍ଣୀବେଢା, ଶିଙ୍ଗୁଲଗାଁ , କାଚାରଲାଇ ମୌଜାରେ ରହିଥିବା ଚାଷୀ ଚାଷ କରିଥିବା ଧାନ ବିକ୍ରି କରିପାରିବେ ।

ଚଳିତ ବର୍ଷ ୧୭୪ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ଚାଷୀଙ୍କଠାରୁ ୨୫ ଶହରୁ ୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବା ଲକ୍ଷ୍ୟ ରଖାଯାଇଛି । ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮ଶହ ଟଙ୍କା ସବ୍‌ସିଡି ମଧ୍ୟ ପାଇବେ ବୋଲି କହିଛନ୍ତି ବାଲିଗୁଡା ଉପଖଣ୍ଡ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ । ଯାହା ଚାଷୀଙ୍କୁ ଆଶ୍ୱସ୍ତ କରିଛି। ଉକ୍ତ ଅଞ୍ଚଳର ଚାଷୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି , ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.