
ମାଲକାନଗିରି, ୧।୬ : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅଞ୍ଚଳରୁ ୩ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରୁ ଦୁଇ ଜଣ ନକ୍ସଲ ପନ୍ଥିଙ୍କ ଉପରେ 8 ଲକ୍ଷ ଏବଂ ଜଣେ ନକ୍ସଲ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ ସରକାର । ସୁକୁମା ଓ ବିଜାପୁର ଜିଲ୍ଲାର ଅନେକ ହିଂସା କାଣ୍ଡରେ ଏମାନେ ଜଡିତ ଥିବା ସୁକୁମା ଏସପି କିରଣ ଚୌହାନ ସୁଚନା ଦେଇଛନ୍ତି । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏମାନଙ୍କୁ ଗିରଫ କରାଯାଇଛି ।