
ଉମରକୋଟ : ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଏ.ଜି.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡିରୁ ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ଚନ୍ଦ୍ର ବର୍ମନ ଦ୍ଵାରା ଉଦଘାଟିତ ହୋଇଥିଲା l ପାଣିରେ ବୁଡ଼ି କୌଣସି ପ୍ରାଣହାନୀ ଜନିତ ଦୁର୍ଘଟଣା କୁ ଏଡାଇବା ନିମନ୍ତେ ରାଜ୍ୟ ସରକାରଙ୍କର ଏହି ଅଭିନବ ପ୍ରୟାସ ନିଶ୍ଚିତ ଭାବରେ ଯୁବପିଢ଼ି ମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ |
ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଥମ ପର୍ଯ୍ୟାୟରେ ୨ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ତିରିଶ ଜଣିଆ ଅଂଶଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଏହିଭଳି ୧୦ ଗୋଟି ଦଳ ହିସାବରେ ମୋଟ ତିନିଶହ ଅଂଶଗ୍ରହଣକାରୀ ଙ୍କୁ ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବ l ପ୍ରକାଶଥାଉ କି ନବରଙ୍ଗପୁର ଜିଲ୍ଲା ର ଉମରକୋଟ ଠାରେ ପୂର୍ବତନ ଅବସର ପ୍ରାପ୍ତ ନୌସେନା ଅଧିକାରୀ ୩୪ ବର୍ଷୀୟ ଶ୍ରୀ ଜି. ଗୋଲ୍ଡ ସ୍ମିଥ, ୨୦୦୮ ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ନୌସେନା ରେ କାର୍ଯ୍ୟକରି ଅବସର ଗ୍ରହଣ କଲା ପରେ ଉମରକୋଟ ଠାରେ ନିଜସ୍ଵ ଉଦ୍ୟମ ରେ ଏକ ସନ୍ତରଣ ଜଳାଶୟ ପ୍ରତିଷ୍ଠା କରି ବର୍ତମାନ ପର୍ଯ୍ୟନ୍ତ ୧୪୪ ଛାତ୍ର ଛାତ୍ରୀଙ୍କ ସନ୍ତରଣ ତାଲିମ ପ୍ରଦାନ କରିଛନ୍ତି |
ଏହି ଅବସରରେ ସେନା ବାହିନୀ ରୁ ସଦ୍ୟ ଅବସର ଗ୍ରହଣ କରିଥିବା ସୁବେଦାର ମେଜର ସୁକାନ୍ତ କୁମାର ବେହେରା ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା l ପ୍ରକାଶ ଥାଉକି, ଅବସର ପ୍ରାପ୍ତ ପରେ ମଧ୍ଯ ଅପରେସନ ସିନ୍ଦୁର ନିମନ୍ତେ ସେନାବାହିନୀର ଗୁପ୍ତ ବିଭାଗ ଶ୍ରୀ ବେହେରାଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ନିମନ୍ତ୍ରଣ କରିଥିଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ମାନ୍ୟବର ଲୋକସଭା ସାଂସଦ ଙ୍କ ପ୍ରତିନିଧି ରାମ ନାୟକ , ଉମରକୋଟ ପୌରପାଳିକା ଅଧ୍ୟକ୍ଷା ରାଧା ଭାତ୍ରା,ଉପ ଖଣ୍ଡିୟ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ଶବର ପ୍ରମୁଖଙ୍କ ସହ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଗୀତାଞ୍ଜଳି ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀକାଳୀନ ବିଭାଗ ହିମାଂଶୁ ଶେଖର ପଟନାୟକ, ନିର୍ବାହୀ ଅଧିକାରୀ ପୌର ପରିଷଦ ଉମରକୋଟ ଆଲୋକ କୁମାର ଅନୁଗୁଳିଆ, ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଡଃ ଅହମ୍ମଦ ଅଲ୍ଲୀ, ୱାର୍ଡ ମେମ୍ବର ଶିଖାରାଣୀ ସରକାର।
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀକାଳୀନ ଉପ ବିଭାଗ ର ବିଭାଗୀୟ ଉପ ଅଧିକାରୀ ତ୍ରିପତି ବାଲାଜି ସାହୁଙ୍କ ସହ ଶାରୀରିକ ପ୍ରଶିକ୍ଷକ ଶିକ୍ଷକ ଏମ. ବିଜୟ କୁମାର, ପ୍ରଭାତ କୁମାର ପଟ୍ଟନାୟକ, ବହୁମୂଖୀ ଇଂଡୋର ଷ୍ଟାଡିୟମ ର ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ସାହୁ, ସପ୍ତମ ଭାରତୀୟ ସଂରକ୍ଷଣ ବାହିନୀ ଓଡ୍ରାଫ ଦଳ ର ହାବିଲଦାର ମହେଶ୍ଵର କଟ୍ରି, ମଙ୍ଗରାଜ ମହାଲି, ତପନ କୁମାର ସ୍ଵାଇଁ, ବାପିନା ପ୍ରଧାନ, ଆଶିଷ କୁମାର ପାତିକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ | ଈଂ.ଚନ୍ଦନା ମଲ୍ଲିକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |