ଚିକିଟୀ ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ

add-all

ଚିକିଟୀ : ଚିକିଟୀ ବ୍ଲକ କଳ ବାଡ଼ ପଞ୍ଚାୟତ ମା ବାରାହୀ ପୀଠଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଆନୁକୂଲ୍ୟରେ ଏକ ସଭା ଆୟୋଜନ ହୋଇଥିଲା। ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗ ରେ ଚାଷୀ ମାନଙ୍କ ଅମଳ ବୃଦ୍ଧି, ମୂର୍ତ୍ତିକା ପରୀକ୍ଷା, ସମ୍ମନ୍ୱିତ ଖାଦ୍ୟ ସାର ପରିଚାଳନା ର ଉପଯୋଗୀ ମସ୍ୟ ଓ ପଶୁପାଳନ ର ଉତ୍ପାଦିକା ବୃଦ୍ଧି ଆଦି ସମ୍ପର୍କ ରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ଜଳ ବିଜ୍ଞାନ ଅନୁଷ୍ଠାନ ର ପ୍ରମୁଖ ବୈଜ୍ଞାନିକ ଡ଼ଃ ବୀର କିଶୋର ସେଠୀ, କୃଷି ବୈଜ୍ଞାନିକ ଡ଼ଃ ସିଦ୍ଧାର୍ଥ ଶଙ୍କର ଦାସ ଓ ସସ୍ମିତା ପ୍ରୀୟଦର୍ଶିନୀ ଚିକିଟୀ ବ୍ଲକ କୃଷି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରିୟବ୍ରତ ଦାସ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଆଲୋକ ବେହେରା, ମୀରାବାଈ ନାୟକ, ଗୀତାଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବଡ଼ ବରଙ୍ଗା, ମହିଷାନ ପୁର, କୁଟଲିଙ୍ଗି, ଚିଲାଡୀ, କଳବାଡ଼, ପରସାମ୍ବା ଆଦି ବିଭିନ୍ନ ଗ୍ରାମର ପ୍ରାୟ ୨୭୫ ଜଣ ଚାଷୀ ବିକଶିତ ସଂକଳ୍ପ କୃଷି ଅଭିଯାନରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.