ବ୍ରହ୍ମପୁର ମହାନଗର ନିଗମ ଟ୍ରାଫିକ ଆଳରେ ଅଣ ଓସାରିଆ ରାସ୍ତାରେ ଡିଭାଇଡର ନିର୍ମାଣ କରି ଅର୍ଥ ଲୁଟୁଛି ……!

youtube

ଭଗବାନ ଭରସା ରେ ବ୍ରହ୍ମପୁର ଟ୍ରାଫିକ ସମସ୍ୟା …..!

କୋମାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ…!
ବ୍ରହ୍ମପୁର: ସରକାର ବଦଳିଲା ପରେ ବି ବ୍ରହ୍ମପୁର ମହାନଗର ନିଗମ ରେ ଏବେବି ପାଦ ପାଦରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ରେ ଯେଉଁ ଅଞ୍ଚଳ ରେ ଟ୍ରାଫିକ ସମସ୍ୟା ରହିଛି। ସେ ଅଞ୍ଚଳ ରେ ଜବରଦଖଲ ଉଚ୍ଛେଦ ନକରି ଡ଼ିଭାଇ ଡେର ନିର୍ମାଣ ଚାଲିଛି। ମହାନଗର ନିଗମ ର ମହା ଦୁର୍ନୀତି ଏବେ ଡ଼ିଭାଇଡ଼େର ନିର୍ମାଣ ରେ ଦେଖା ଦେଇଥିବା ଚର୍ଚ୍ଚା ହେଉଛି। ବାବୁ ଓ ନେତାଙ୍କ ମିଲି ଭଗତ ରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଥିଲେ ବି ଭିଜିଲାନ୍ସ ବିଭାଗ ର ଛାଇ ମଧ୍ୟ ପଡୁନଥିବା ଆଲୋଚନା ହେଉଛି। ବି ଏମ ସି ରେ ଗତ ୫ ବର୍ଷ ମଧ୍ୟରେ ମହାଦୁର୍ନୀତି ହୋଇଥିବା ରୀତିମତ ଅଭିଯୋଗ ହୋଇଆସୁଛି। ମାଷ୍ଟରପ୍ଲାନ ନକରି ଡ଼ିଭାଇଡ଼େର ନିର୍ମାଣକୁ ସଚେତନତ ମହଲରେ ନିନ୍ଦା କରାଯାଇଛି। ସୂଚନା ଥାଉକି ଜବରଦଖଲ ଉଛେଦ ନକରି ରେଡ଼ିଓ ଷ୍ଟେସନ ରୁ ଲୋଚାପଡା ରାସ୍ତାରେ ଚାଲିଛି ରୋଡ଼ ଡିଭାଇଡ଼ର କାର୍ଯ୍ୟ, ଯାହାକି ବ୍ରହ୍ମପୁର ମହାନଗର ନିଗମ ର ଏହା ଅର୍ଥ ହଡପ ଯୋଜନା କହିଲେ କିଛିବି ଭୁଲ ହେବ ନାହିଁ ବୋଲି ସହରର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା l ବ୍ରହ୍ମପୁର ଟ୍ରାଫିକ ସମସ୍ୟାର ମୁଖ୍ୟ ସୂତ୍ରଧର ବ୍ରହ୍ମପୁର ବି ଏମ ସି କୋର୍ଟପେଟା ଛକ ଠାରୁ ନୁଆଁ ବସ୍ ଷ୍ଟାଣ୍ଡ ରାସ୍ତା କଥା ନକହିବା ଭଲ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଏହାକୁ ନେଇ ବୁଦ୍ଧିଜୀବୀ ବି ଏମ ସି ଏବଂ ପୋଲିସ କୁ ଅନେକ ଅଭିଯୋଗ କଲେଣି ତଥାପି ପ୍ରଶାସନ ଚୁପ l ଏହି ରାସ୍ତାରେ ମାଳ ମାଳ ଟ୍ରାଫିକ ପୋଲିସ ନିୟୋଜିତ ଯାହାକି ଧର୍ମକୁ ଆଖିଠାର ସଦୃଶ୍ୟ ଯିଏ ଯାହାର ମୋବାଇଲ ରେ ବ୍ୟସ୍ତ ଟ୍ରାଫିକ ପ୍ରତି କାହାର ନଜର ନାହିଁ l ହୂଏତ ଏହି ରାସ୍ତାରେ ରୋଡ଼ ଡିଭାଇଡ଼ର କରାଗଲେ ଏବଂ ଜବରଦଖଲ ଉଛେଦ ଜଦି ପୋଲିସ ଏବଂ ବି ଏମ ସି କରନ୍ତି ତେବେ ହୂଏତ କିଛି ମାତ୍ରାରେ ଟ୍ରାଫିକ ସମସ୍ୟା ସମାଧାନ ହୋଇପାରେ ବୋଲି ଲୋକେ କହୁଛନ୍ତି l ଗୋଟିଏ ପାର୍ଶ୍ୱ ରେ ରାସ୍ତା ଉପରେ ଗାଡି ପାର୍କିଙ୍ଗ ଏବଂ ଉଠାଦୋକାନୀ ମାନଙ୍କ ପାଦୁର୍ଭାବ ଲୋକଙ୍କୁ ଅଣନିଶ୍ୱାସୀ କଲାଣି l ସହର ର ମୁଖ୍ୟ ଦୁଇଟି ରାସ୍ତା ଗୋଟିଏ କୋର୍ଟପେଟା ଛକ ଠାରୁ ନୁଆଁ ବସ୍ ଷ୍ଟାଣ୍ଡ ରାସ୍ତା ଏବଂ ଅନ୍ୟଟି ଟ୍ରାଫିକ ଥାନାରୁ ଵିଶାଲ ମେଗା ମାର୍ଟ ରାସ୍ତା ପ୍ରତ୍ୟେକ ସମୟରେ ଟ୍ରାଫିକ ସମସ୍ୟା ଅଭିଯୋଗ ହେଲେ କିଛି ସମୟ ପାଇଁ ଏହାକୁ ଏକ ମୁହାଁ ରାସ୍ତା କରିଦିଆଯାଏ କିଛି ସମୟ ପରେ ପୁଣି ଖୋଲି ଦିଆଯାଏ କାହା ଇଙ୍ଗତ ରେ ଏପରି ହୁଏ ତାହାକୁ ନେଇ ଅନେକ ପ୍ରଶ୍ନ ବାଚୀ l ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧିକାରୀ ଧ୍ୟାନ ଦେବାକୁ ସଚେତନ ନାଗରିକ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.