ଲ୍ୟାଟିନ୍ ଟାଙ୍କିରେ ପଡି ଚାରି ମୃତ…

youtube


ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମରେ ଘୋଟିଛି ଅଘଟଣ।ପଡାଲଗୁଡା ର ମୋହନ ନାଗ ଘରେ ଲେଟ୍ରିନ ଟାଙ୍କି ର ଛାତ ବାହାର କରୁଥିବା ବେଳେ ଟାଙ୍କିରେ ପଡି ଶ୍ୱାସ ରୁଦ୍ଧ ହୋଇ 4 ଜଣଙ୍କର ମୃତ୍ୟୁ ଘଟିଛି, ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ର କର୍ମକର୍ତ୍ତା ପହଞ୍ଚି ସମସ୍ତ ଙ୍କୁ ଉଦ୍ଧାର କରି ସମସ୍ତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ।ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ମାନେ ହେଲେ ଏମ୍ ସନ୍ତୁ, ଅମିର ଖୁରା ୨୭ ତ୍ରିଲୋଚନ ଭତରା ୨୦ ଓ ଲାଲୁ ରଣା ୩୦ବର୍ଷ।ଅଘଟଣ ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ଦୁଃଖଦ ଘଟଣା ଶୁଣି ପଡାଲଗୁଡା ଆଖପାଖ ରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.