ସରକାରୀ ସାହାଯ୍ୟ ଅପେକ୍ଷା ରେ କାଶୀନାଥ…

add-all

ଉମରକୋଟ ( ୦୫/୦6/୨୦୨୫) ଆଜିକୁ ଦୀର୍ଘ ଚାରି ବର୍ଷ ହେବ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତର ତାସାପାରା ଗ୍ରାମର କାଶୀନାଥ ହରିଜନ (୩୫)ସେ ପାରାଲାଇସିସ ରଗୋରେ ଆକ୍ରାନ୍ତ ହୋଇ ଘର ଭିତରେ ପଡି ରହି ଅଛନ୍ତି ଶୋଇବା ଜାଗାରେ ହିଁ ପରିସ୍ରା ପାଇଖାନା କରି ଅତି ରୁ ଅତି ଦୟନୀୟ ଅବସ୍ଥାରେ ଦିନ କାଳତିପାତ କରୁଛନ୍ତି। ପରିବାର କହିଲେ ସ୍ତ୍ରୀ ସହ କୁନି କୁନି ତିନି ପୁଅ ଝିଅ।ସ୍ତ୍ରୀଙ୍କୁ ଛାଡି ଦେଲେ ବାକି ସମସ୍ତେ ଉପାର୍ଜନରେ ଅକ୍ଷମ। ସ୍ୱାମୀର ଚିକିତ୍ସା କରୁ କରୁ ତାଙ୍କର ସ୍ତ୍ରୀ ସ୍ୱାମୀ ଓ ପିଲାଛୁଆ କୁ ଧରି ଅତି କଷ୍ଟରେ ଦିନ ଗଣୁଛି। ତାଙ୍କ ପରିବାର କୁ ସାହାର୍ଯ୍ୟ କରିବା ପାଇଁ ବନ୍ଧୁ ବାନ୍ଧବ ନିଜର ବୋଲି କେହି ନାହାନ୍ତି। ସ୍ତ୍ରୀ ଧନମତି ହରିଜନ ନିଜର ସ୍ୱାମୀର ଶାରୀରିକ ଅବସ୍ଥା ବିଷୟରେ ପଞ୍ଚାୟତର ସରପଞ୍ଚକୁ ଅବଗତ କରାଇବା ପରେ କିଛି ସୁଫଳ ପାଇ ପାରିଲେ ନାହିଁ। ବର୍ତ୍ତମାନ ସ୍ତ୍ରୀ ଧନମତି ପଞ୍ଚାୟତର ସରପଞ୍ଚ, ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି ଓ ମିନତୀ କରିଛନ୍ତି,ତାଙ୍କର ଏହି ଦୁର୍ଦିନରେ ସରକାର ଚିକତ୍ସା ପାଇଁ ଆର୍ଥିକ ସହାନୁଭୂତି ଯୋଗାଇ ଦେଲେ ବା ତାଙ୍କର ଚିକିତ୍ସା ପାଇଁ ସୁବ୍ୟବସ୍ଥା କରିଲେ,ତାଙ୍କେ ସରକାର ଓ ଜ଼ିଲ୍ଲା ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି l

ad-week
Leave A Reply

Your email address will not be published.