
ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ରେପୋ ରେଟ୍। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫ ପ୍ରତିଶତ । ଏ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।
ଏଣିକି ଗୃହ ଋଣ ଉପରେ ସୁଧ ହାର ୮ ପ୍ରତିଶତରୁ ଖସି ୭.୫ ପ୍ରତିଶତ ହୋଇଛି। ଏହାସହିତ କ୍ୟାସ ରିଜର୍ଭ ରେସିଓ CRRକୁ ଶତ ପ୍ରତିଶତ ହ୍ରାସ କରାଯାଇଛି । ପୂର୍ବରୁ ସିଆରଆର ୪ ପ୍ରତିଶତ ଥିଲା । ୧ ପ୍ରତିଶତ କମି ୩ ପ୍ରତିଶତ ହୋଇଛି। ଏହାଦ୍ବାରା ବ୍ୟାଙ୍କମାନଙ୍କୁ ଋଣ ଦେବା ପାଇଁ ନଗଦ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ପୁଞ୍ଜି ମିଳିବ। ବିଶେଷକରି ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ସିଆରଆର ହ୍ରାସ ଆସନ୍ତା ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ମେ ୩୦ ସୁଦ୍ଧା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିମାଣ ୬୯,୧୫୦ କୋଟି ଡଲାର ପହଞ୍ଚିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତରେ ସୀମିତ ରହିବ ବୋଲି ଆରବିଆଇ ଆକଳନ କରିଛି ।