ରାୟଗଡ଼ା ଥେରୁବାଲିରେ ଗ୍ରାମୀଣ ବେରୋଜଗାର ଯୁବକ ଯୁବତୀମାନଙ୍କ ପାଇଁ ଔଦ୍ୟୋଗିକ ସଚେତନତା କାର୍ଯ୍ୟକ୍ରମ

youtube

ରାୟଗଡ଼ା : ରାୟଗଡ଼ା ଥେରୁବାଲି ଅଞ୍ଚଳର ବେରୋଜଗାର ଯୁବକମାନେକୁ ଔଦ୍ୟୋଗିକ ଜ୍ଞାନ କୌଶଳ ବିଷୟରେ ସଚେତନତା ସୃଷ୍ଟି ସେମାନଙ୍କୁ ସଶକ୍ତ କରିବାର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଥେରୁବାଲିସ୍ଥିତ ଗୋପବନ୍ଧୁନଗର ରେ ଅବସ୍ଥିତ ଇମ୍ଫା ଶ୍ରମିକ କ୍ଲବ ପରିସରରେ ଇମ୍ଫା ଏବଂ ବଂଶୀଧର ଓ ଈଳାପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ,ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ଼ର ସହଯୋଗରେ ଗ୍ରାମୀଣ ବେରୋଜଗାର ଯୁବକଯୁବତୀମାନଙ୍କ ପାଇଁ ଏକ ଔଦ୍ୟୋଗିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଇମ୍ଫା ଥେରୁବାଲିର ଉପ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ,ଶ୍ରୀମାନ ଆଶିଷ କୁମାର ରାୟ ଙ୍କ ପୃଷ୍ଠପୋଷକତା ଓ ପରାମର୍ଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଜୟ କୁମାର ସାହୁ, ମୁଖ୍ୟ ପରିଚାଳକ , ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ଼ ଯୋଗ ଦେଇ ଇମ୍ଫାର ଯାନ୍ତ୍ରିକ ବିଭାଗର ସଧାରଣ ପରିଚାଳକ ଶ୍ରୀ ଏମ୍. ଶ୍ରୀନିବାଶ, ଶ୍ରୀ ସମୀର ରାଉତ, ଉପମୁଖ୍ୟ ପରିଚାଳକ (ମାନବ ସମ୍ବଳ ଓ ପ୍ରଶାସ ନ , ବିଶିଷ୍ଟ ସାମାଜିକ କର୍ମୀ ତଥା ସ୍ଥାନୀୟ ପଲ୍ଲୀ ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଥେରୁବାଲିର ସରପଞ୍ଚ, ସୁଶ୍ରୀ ମମତା ପୁଲକା, କେଲିଗୁଡାର ସରପଞ୍ଚ ଶ୍ରୀମତୀ ସୁସାନ୍ତୀ କୁଟୃକା ଏବଂ କୋଲୋନାରା ପଞ୍ଚାୟତ ସମିତିର ଉପାଧ୍ୟକ୍ଷଙ୍କ ଶ୍ରୀ ହାଲଧର ହିମିରିକା ଙ୍କ ସଦୟ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଵଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧୦ ଜଣ ଯୁବ ଶିଲ୍ପଦ୍ୟୋଗୀ ଯୁବକ ଓ ଯୁବତୀ ମାନେ ଉତ୍ସାହର ସହ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ଼ ର ମୁଖ୍ୟ ପରିଚାଳକ ଓ ତାଙ୍କର ସହକର୍ମୀ ଗଣ କ୍ଷୁଦ୍ର ଓ କୁଟୀର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଉପଲବ୍ଧ ସରକାରୀ ଯୋଜନାବଳୀ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଓ ଏହାର କାର୍ଯ୍ୟକାରିତା ବିଷୟରେ ସଚେତନତା ପ୍ରଦାନ କରିଥିଲେ।
ଶ୍ରୀ ଏମ୍. ଶ୍ରୀନିବାଶ ଏବଂ ଶ୍ରୀ ସମୀର ରାଉତ ଥେରୁବାଲିରେ ଏଭଳି ଏକ ମୂଲ୍ୟବାନ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଯୋଗୁଁ ଜିଲ୍ଲା ଶିଳ୍ପ କେନ୍ଦ୍ର କୁ ଧନ୍ୟବାଦ ଜଣାଇଥିଲେ। ଲଘୁ ଉଦ୍ୟୋଗି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେକାର ଯୁବକ ଯୁବତୀ ଇମ୍ଫାଏବଂ ବଂଶୀଧର ଓ ଈଳାପଣ୍ଡା ଫାଉଣ୍ଡେସନ ତରଫରୁ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ।
ଶ୍ରୀ ରାଧାଶ୍ୟାମ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଶ୍ରୀ ଦୀପକ କୁମାର ଓଝା , ସହକାରୀ ପ୍ରବନ୍ଧକ (ଲୋକ ସମ୍ପର୍କ ) ଇମ୍ଫା ଅତିଥି ମାନଙ୍କୁ ସ୍ଵଗତ ଜଣାଇଥଲେ ଓ ବଂଶୀଧର ଓ ଈଳାପଣ୍ଡା ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରଭାକର ପଣ୍ଡା ଅତିଥି ଓ ଅଂଶଗ୍ରହଣକାରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଲୋକସମ୍ପର୍କ ବିଭାଗର କନିଷ୍ଠ ଅଧିକାରୀ ଶ୍ରୀମାନ୍ ମାନସ ମହାପାତ୍ର ଓ ରବି କୌଶଲ୍ୟା ଓ ବଂଶୀଧର ଓ ଈଳାପଣ୍ଡା ଫାଉଣ୍ଡେସନ ତରୁଣ , ମାନସୀ , ଚମ୍ପା , ଲିପ୍ଶା , ଅର୍ଚ୍ଚନା ଆଦି କର୍ମଚାରୀଙ୍କର ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା।

Leave A Reply

Your email address will not be published.