ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୫ତମ ଶହୀଦ ଦିବସ ପାଳନ…

add-all

ବ୍ରହ୍ମପୁର, ତା. ୯. ୬. ୨୦୨୫ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଓମ ପ୍ରଭାତ ଲଫିଙ୍ଗ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୫ତମ ଶହୀଦ ଦିବସ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ପରିସରରେ ପାଳନ ହୋଇଯାଇଛି l ଏଥି ଉଧେଶ୍ୟରେ କ୍ଲବ ସଭାପତି ଦେବରାଜ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ମୁଣ୍ଡା ବିଦ୍ରୋହ l ଏହାର ପ୍ରତିଷ୍ଠାତା ବିର୍ସା ମୁଣ୍ଡା ଭଗବାନ ବିର୍ସା ଭାବେ ଜଣାଶୁଣା l ଜମିଦାର ଓ ମହାଜନ ମାନଙ୍କ ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବାରୁ ସେମାନେ ବ୍ରିଟିଶ କୁ ସହଯୋଗ କଲେ ଓ ବିର୍ସାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ତାଙ୍କୁ ଗିରିଫ କରାଇଦେଲେ l ବିହାରର ହଜାରିବାଗ ସେଣ୍ଟ୍ରାଲ ଜେଲରେ ବିର୍ସା ଙ୍କୁ ରଖାଗଲା l ମହାଜନ, ଜମିଦାର ଓ ବ୍ରିଟିଶ ଶାସକ ମାନଙ୍କ ଅତ୍ୟାଚାର ଓ ଦମନକୁ ଲୋପକରି ମୁଣ୍ଡାରାଜ ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେଲା l ଜମି, ଜଳ. ଜଙ୍ଗଲରେ ଆଦିବାସୀଙ୍କ ଅଧିକାରକୁ ସାବ୍ୟସ୍ତ ପାଇଁ ବିର୍ସାଙ୍କ ଲଢେଇ ସମଗ୍ର ଆଦିବାସୀ ସମାଜରେ ପ୍ରେରଣା ଯୋଗାଇଲା l ଶେଷରେ ୧୯୦୦ ମସିହା, ଜୁନ ମାସ ୯ ତାରିଖରେ ବିର୍ସାଙ୍କୁ ଆର୍ସେନିକ ବିଷ ଦେଇ ବ୍ରିଟିଶ ହତ୍ୟା କରିଥିଲା l ଆଦିବାସୀ ମାନେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ ଅଧିକାର ହାସଲ କରି ନାହାଁନ୍ତି l ବ୍ରିଟିଶ ବିରୋଧରେ ତାଙ୍କ ସଂଗ୍ରାମ ଚୀର ସ୍ମରଣୀୟ ରହିବ l ଆଜି ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା,ଗଗନ ଚନ୍ଦ୍ର ମଲ୍ଲିକ,ଅମୁଲ୍ୟ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିବାବେଳେ ଆର. ସତ୍ୟ ନାରାୟଣ ରାଓ,ଅଶୋକ ଦଳାଇ,ଜଟେଶ୍ୱର ସାବତ, ଦୈତ୍ୟରୀ ବେହେରା, ରାମ ଚନ୍ଦ୍ର ସାହାଣୀ, ଡ. ଡମ୍ବୁରୁଧର ସାହୁ,ବୃନ୍ଦାବନ ପରିଡା, ରମାକାନ୍ତ ସାହୁ, ରାଧାକ୍ରିଷ୍ଣା ପାତ୍ର, ଭଗବତ ରାଓ, ଟି. ନାଗ ଭୂଷଣ, କରୁଣାକର ଗୌଡ଼ ପ୍ରମୁଖ ସ୍ମରଣ ସଭାରେ ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.